ସଲମାନ ବାପା ହେବାକୁ ଆଗ୍ରହୀ

ନୂଆଦିଲ୍ଲୀ : ଛୋଟ ପିଲାଙ୍କ ପ୍ରତି ବଲିଉଡ ଅଭିନେତା ସଲମାନ ଖାନଙ୍କ ଭଲପାଇବା ବିଷୟ ସମସ୍ତେ ଜାଣନ୍ତି। ଅନେକ ଫଟୋ ଏବଂ ଭିଡିଓରେ ସେ ତାଙ୍କ ଝିଆରୀ, ପୁତୁରା, ଭଣଜା, ଭାଣିଜୀମାନଙ୍କ ସହିତ ସମୟ କଟାଇବା ଦେଖିବାକୁ ମିଳିଥାଏ। ଭଉଣୀ ଅର୍ପିତା, ଅଲବିରା ଏବଂ ଭାଇ ସୋହେଲ ଏବଂ ଅରବାଜଙ୍କ ପିଲାମାନଙ୍କ ସହିତ ସେ ଅଧିକାଂଶ ସମୟ ଅତିବାହିତ କରିଥାନ୍ତି। ସଲମାନ ନିକଟରେ ତାଙ୍କ ବାପା ହେବାର ଇଚ୍ଛା ପ୍ରକାଶ କରିଥିଲେ। ଇଣ୍ଡିଆ ଟିଭିର ଆପ୍ କୀ […]

Samaya Live Picture
Published On

ନୂଆଦିଲ୍ଲୀ : ଛୋଟ ପିଲାଙ୍କ ପ୍ରତି ବଲିଉଡ ଅଭିନେତା ସଲମାନ ଖାନଙ୍କ ଭଲପାଇବା ବିଷୟ ସମସ୍ତେ ଜାଣନ୍ତି। ଅନେକ ଫଟୋ ଏବଂ ଭିଡିଓରେ ସେ ତାଙ୍କ ଝିଆରୀ, ପୁତୁରା, ଭଣଜା, ଭାଣିଜୀମାନଙ୍କ ସହିତ ସମୟ କଟାଇବା ଦେଖିବାକୁ ମିଳିଥାଏ। ଭଉଣୀ ଅର୍ପିତା, ଅଲବିରା ଏବଂ ଭାଇ ସୋହେଲ ଏବଂ ଅରବାଜଙ୍କ ପିଲାମାନଙ୍କ ସହିତ ସେ ଅଧିକାଂଶ ସମୟ ଅତିବାହିତ କରିଥାନ୍ତି। ସଲମାନ ନିକଟରେ ତାଙ୍କ ବାପା ହେବାର ଇଚ୍ଛା ପ୍ରକାଶ କରିଥିଲେ। ଇଣ୍ଡିଆ ଟିଭିର ଆପ୍ କୀ ଅଦାଲତ ସୋ’ରେ ସେ ଦେଇଥିବା ସାକ୍ଷାତକାରରେ କହିଛନ୍ତି ତାଙ୍କର ପିଲା ବା ବାପା ହେବା ଯୋଜନା ଥିଲା କିନ୍ତୁ ବୋହୂ ନୁହେଁ। ତେବେ ବର୍ତ୍ତମାନର ଆଇନ ଅନୁସାରେ ଭାରତରେ ଏହା ସମ୍ଭବ ହୋଇପାରିବ ନାହିଁ। ଏଥିପାଇଁ କ’ଣ କରିବାକୁ ହେବ ତାହା ଦେଖିବା ବୋଲି ସେ କହିଛନ୍ତି। କରନ ଜୋହରଙ୍କ ଦୁଇଟି ପିଲା ଥିବା ସଂପର୍କରେ ପ୍ରଶ୍ନ ହେବାରୁ ସେ ମଧ୍ୟ ଏଭଳି ପ୍ରଚେଷ୍ଟା କରିଥିଲେ ବୋଲି କହିଛନ୍ତି। ପିଲାଙ୍କ ପ୍ରତି ମୋର ପ୍ରବଳ ଭଲ ପାଇବା ରହିଛି। କିନ୍ତୁ ପିଲା ଆସିଲେ ମା ବି ଆସିବ। ପିଲା ପାଇଁ ମା ଅତ୍ୟନ୍ତ ଭଲ। କିନ୍ତୁ ଆମ ଘରେ ଅନେକ ମା’ ଅଛନ୍ତି ବୋଲି ସଲମାନ କହିଛନ୍ତି।

Tags: