ସଲମାନ ଖାନ୍ଙ୍କୁ ଏପ୍ରିଲ ୩୦ରେ ହତ୍ୟା କରିବାକୁ ଧମକ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି। ଏପ୍ରିଲ ୩୦ ତାରିଖରେ ସଲମାନଙ୍କୁ ହତ୍ୟା କରିବାପାଇଁ ଧମକ ମିଳିଛି। ଏପ୍ରିଲ ୧୦ ତାରିଖ ରାତି ୯ଟା ସମୟରେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଏନେଇ ଏକ ଫୋନ୍ ଆସିଥିଲା। କଲ କରିଥିବା ବ୍ୟକ୍ତି ପ୍ରଥମେ ନିଜ ପରିଚୟ ପ୍ରକାଶ କରିନଥିଲା। କିନ୍ତୁ ପରେ ଜଣାପଡ଼ିଛି ଯେ ଉକ୍ତ ବ୍ୟକ୍ତିର ନାଁ ରକି ଭାଇ। ସେ ଯୋଧପୁରର ଜଣେ ଗୋରକ୍ଷକ। ଏପ୍ରିଲ ୩୦ରେ ସେ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି। ଏପ୍ରିଲ ୩୦ ତାରିଖରେ ସଲମାନଙ୍କୁ ହତ୍ୟା କରିବାପାଇଁ ଧମକ ମିଳିଛି। ଏପ୍ରିଲ ୧୦ ତାରିଖ ରାତି ୯ଟା ସମୟରେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଏନେଇ ଏକ ଫୋନ୍ ଆସିଥିଲା। କଲ କରିଥିବା ବ୍ୟକ୍ତି ପ୍ରଥମେ ନିଜ ପରିଚୟ ପ୍ରକାଶ କରିନଥିଲା। କିନ୍ତୁ ପରେ ଜଣାପଡ଼ିଛି ଯେ ଉକ୍ତ ବ୍ୟକ୍ତିର ନାଁ ରକି ଭାଇ। ସେ ଯୋଧପୁରର ଜଣେ ଗୋରକ୍ଷକ। ଏପ୍ରିଲ ୩୦ରେ ସେ ସଲମାନଙ୍କୁ ମାରିବାକୁ ଧମକ ଦେଇଛି। ଉକ୍ତ ଘଟଣାରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ ଯେ ସଲମାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳିବାରୁ ନିକଟରେ ସେ ବିଦେଶରୁ ଏକ ବୁଲେଟପ୍ରୁଫ୍ ନିସାନ ପାଟ୍ରୋଲ ଏସୟୁଭି ଆଣିଥିଲେ। ଭାରତୀୟ ବଜାରରେ ଏହି କାର୍ ଉପଲବ୍ଧ ନଥିବାରୁ ଏହାକୁ ବିଦେଶରୁ ଅଣାଯାଇଥିଲା। ଇତି ମଧ୍ୟରେ ସଲମାନ କିସି କା ଭାଇ କିସି କି ଜାନ୍ ଫିଲ୍ମର ପ୍ରମୋସନ୍ ଆରମ୍ଭ କରିଦେଇଛନ୍ତି।




