ସଲମାନଙ୍କୁ ଖୋଲାଖୋଲି ହତ୍ୟା ଧମକ
ନୂଆଦିଲ୍ଲୀ : ବଲିଉଡ ଅଭିନେତା ସଲମାନ ଖାନ୍ଙ୍କୁ ଖୁଲମ୍ ଖୁଲା ହତ୍ୟା ଧମକ ମିଳିଛି। କାନାଡ଼ାର ପଳାତକ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ ଇଣ୍ଡିଆ ଟୁଡେକୁ ଏକ ସାକ୍ଷାତକାର ଦେଇ ସଲମାନଙ୍କୁ ଖୋଲାଖୋଲି ହତ୍ୟା ଧମକ ଦେଇଛି। ଗୋଲ୍ଡି କହିଛି, ଆମେ ସଲମାନଙ୍କୁ ନିଶ୍ଚିତ ମାରିବୁ। ଖାଲି ସଲମାନ ନୁହନ୍ତି ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଆମର ଶତ୍ରୁମାନଙ୍କ ବିରୋଧରେ ଉଦ୍ୟମ ଜାରି ରଖିବୁ। ସଲମାନ ଆମ ଟାାର୍ଗେଟ୍ରେ ଅଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ଆମେ ଏଥିପାଇଁ ଚେଷ୍ଟା […]
ନୂଆଦିଲ୍ଲୀ : ବଲିଉଡ ଅଭିନେତା ସଲମାନ ଖାନ୍ଙ୍କୁ ଖୁଲମ୍ ଖୁଲା ହତ୍ୟା ଧମକ ମିଳିଛି। କାନାଡ଼ାର ପଳାତକ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ ଇଣ୍ଡିଆ ଟୁଡେକୁ ଏକ ସାକ୍ଷାତକାର ଦେଇ ସଲମାନଙ୍କୁ ଖୋଲାଖୋଲି ହତ୍ୟା ଧମକ ଦେଇଛି। ଗୋଲ୍ଡି କହିଛି, ଆମେ ସଲମାନଙ୍କୁ ନିଶ୍ଚିତ ମାରିବୁ। ଖାଲି ସଲମାନ ନୁହନ୍ତି ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଆମର ଶତ୍ରୁମାନଙ୍କ ବିରୋଧରେ ଉଦ୍ୟମ ଜାରି ରଖିବୁ। ସଲମାନ ଆମ ଟାାର୍ଗେଟ୍ରେ ଅଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ଆମେ ଏଥିପାଇଁ ଚେଷ୍ଟା ଚଳାଇଛୁ ଏବଂ ଯେଉଁଦିନ ଆମେ ଏଥିରେ ସଫଳ ହେବୁ ଆପଣମାନେ ଜାଣିବେ। ଉଲ୍ଲେଖଯୋଗ୍ୟ ଯେ ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ମାମଲାରେ ମୁମ୍ବାଇ ପୁଲିସ ଗତ ମାର୍ଚ୍ଚରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାର୍ ବିରୋଧରେ ମାମଲା ରୁଜୁ କରିଛି।




