ସର୍ବିୟା ସଂସଦରେ ଧୂଆଁ ଗ୍ରେନେଡ୍ ମାଡ଼ରେ ୩ ସାଂସଦ ଆହତ
ନୂଆଦିଲ୍ଲୀ: ସର୍ବିୟା ସଂସଦରେ ଗତକାଲି ଭୟଙ୍କର କାଣ୍ଡ ଘଟିଛି। ସଂସଦ କାର୍ଯ୍ୟ ଚାଲିଥିବା ବେଳେ ବିରୋଧୀ ସାଂସଦମାନେ ଧୂଆଁ ଗ୍ରେନେଡ୍ ମାଡ଼ କରିଛନ୍ତି ଏବଂ ଟିୟର ଗ୍ୟାସ୍ ପ୍ରୟୋଗ କରିଛନ୍ତି। ଏସ୍ଏନ୍ଏସ୍ (ସର୍ବିୟାନ ପ୍ରୋଗ୍ରେସିଭ୍ ପାର୍ଟି) ନେତୃତ୍ବାଧୀନ ଶାସକ ମେଣ୍ଟ ଗୃହକାର୍ଯ୍ୟ ଆଗକୁ ବଢ଼ାଇବା ବେଳେ ବିରୋଧୀମାନେ ହଠାତ୍ ହଙ୍ଗାମା ଆରମ୍ଭ କରିଦେଇଥିଲେ। ଲାଇଭ୍ ଫୁଟେଜ୍ରେ ଦେଖିବାକୁ ମିଳିଛି ଯେ ବିରୋଧୀ ସାଂସଦମାନେ ନିଜ ନିଜ ଆସନ ଛାଡ଼ି ବାଚସ୍ପତିଙ୍କୁ ଘେରି ଯାଉଛନ୍ତି ଏବଂ ସୁରକ୍ଷାକର୍ମୀଙ୍କ ସହ […]
ନୂଆଦିଲ୍ଲୀ: ସର୍ବିୟା ସଂସଦରେ ଗତକାଲି ଭୟଙ୍କର କାଣ୍ଡ ଘଟିଛି। ସଂସଦ କାର୍ଯ୍ୟ ଚାଲିଥିବା ବେଳେ ବିରୋଧୀ ସାଂସଦମାନେ ଧୂଆଁ ଗ୍ରେନେଡ୍ ମାଡ଼ କରିଛନ୍ତି ଏବଂ ଟିୟର ଗ୍ୟାସ୍ ପ୍ରୟୋଗ କରିଛନ୍ତି। ଏସ୍ଏନ୍ଏସ୍ (ସର୍ବିୟାନ ପ୍ରୋଗ୍ରେସିଭ୍ ପାର୍ଟି) ନେତୃତ୍ବାଧୀନ ଶାସକ ମେଣ୍ଟ ଗୃହକାର୍ଯ୍ୟ ଆଗକୁ ବଢ଼ାଇବା ବେଳେ ବିରୋଧୀମାନେ ହଠାତ୍ ହଙ୍ଗାମା ଆରମ୍ଭ କରିଦେଇଥିଲେ। ଲାଇଭ୍ ଫୁଟେଜ୍ରେ ଦେଖିବାକୁ ମିଳିଛି ଯେ ବିରୋଧୀ ସାଂସଦମାନେ ନିଜ ନିଜ ଆସନ ଛାଡ଼ି ବାଚସ୍ପତିଙ୍କୁ ଘେରି ଯାଉଛନ୍ତି ଏବଂ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ କରୁଛନ୍ତି। ଏହି ସମୟରେ ଗୃହର କିଛି ଅଂଶ କଳା ଧୂଆଁରେ ଭର୍ତ୍ତି ହୋଇ ଯାଇଥିଲା। ବିକ୍ଷୋଭକାରୀ ଧୂଆଁ ଗ୍ରେନେଡ୍ ମାଡ଼ କରିବା ସହ ଟିଅର୍ ଗ୍ୟାସ୍ ପ୍ରୟୋଗ କରିଥିଲେ। ଏହି ଘଟଣାରେ ୩ ଜଣ ସାଂସଦ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ବିଶ୍ବବିଦ୍ୟାଳୟ ପାଣ୍ଠି ବୃଦ୍ଧି ପାଇଁ ଏକ ଆଇନ ଉପରେ ଆଜି ଭୋଟ୍ ଗ୍ରହଣ ପାଇଁ ସ୍ଥିର ହୋଇଥିଲା। କିନ୍ତୁ ବିରୋଧୀ ଦଳ ସାଂସଦମାନେ କହିଥିଲେ ଯେ ଶାସକ ଦଳ ଅନ୍ୟ କେତେକ ନିଷ୍ପତ୍ତିକୁ ସ୍ବୀକୃତି ଦେବାପାଇଁ ଯୋଜନା କରିଛି। ସେମାନେ ଏହାକୁ ବେଆଇନ କହିଥିଲେ ଏବଂ ପ୍ରଥମେ ପ୍ରଧାନମନ୍ତ୍ରୀ ଇସ୍ତଫା ସ୍ପଷ୍ଟ କରାଯାଉ ବୋଲି ଦାବି କରିଥିଲେ। ଏହାପରେ ଧସ୍ତାଧସ୍ତି ସହ ଧୂଆଁ ଗ୍ରେନେଡ୍ ମାଡ଼ ଆରମ୍ଭ ହୋଇଯାଇଥିଲା। ସଂସଦ ବାହାରେ ରୁଣ୍ଡ ହୋଇଥିବା ଶତାଧିକ ବିରୋଧୀ ସମର୍ଥକ ମଧ୍ୟ ଗୃହ ମଧ୍ୟକୁ ଧସେଇ ପଶିଥିଲେ।




