ସର୍ବଦଳୀୟ ବୈଠକ; ମୁକାବିଲା ଲାଗି ସେନା ତୟାର

ଭୁବନେଶ୍ୱର : ଜୁନ ୧୯:ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ସୀମାରେ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ସେନା ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୀମାରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବିଭିନ୍ନ ରାଜନୈତିକ ନେତାମାନଙ୍କୁ ସ୍ପଷ୍ଟ ଚିତ୍ର ଦେଇଛନ୍ତି ଶ୍ରୀ ସିଂ । ସୀମାରେ ସ୍ଥିତାବସ୍ଥା ବଜାୟ ରହିଥିବା ସରକାର ଦେଶବାସୀ ଓ ବିରୋଧୀ […]

Samaya Live Picture
Published On

ଭୁବନେଶ୍ୱର : ଜୁନ ୧୯:ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ସୀମାରେ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ସେନା ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୀମାରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବିଭିନ୍ନ ରାଜନୈତିକ ନେତାମାନଙ୍କୁ ସ୍ପଷ୍ଟ ଚିତ୍ର ଦେଇଛନ୍ତି ଶ୍ରୀ ସିଂ । ସୀମାରେ ସ୍ଥିତାବସ୍ଥା ବଜାୟ ରହିଥିବା ସରକାର ଦେଶବାସୀ ଓ ବିରୋଧୀ ଦଳମାନଙ୍କୁ ଭରସା ଦିଅ;ୁ ବୋଲି ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆରମ୍ଭରୁ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପିର ଜେପି ନzା, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଡିଏମକେର ଏମକେ ଷ୍ଟାଲିନ, ଏଆଇଡିଏମକେର କେ. ପନୀଲସେଲଭମ, ଟିଡ଼ିପିର ଚନ୍ଦ୍ରବାବୁ ନାଇଡୁ, ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ, ୱାଇଏସଆର କଂଗ୍ରେସର ଜଗନ ମୋହନ ରେzୀ, ଏନସିପି ମୁଖ୍ୟ ଶରଦ ପାଓ୍‌ାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ସିପିଆଇର ଡି.ରାଜା, ସିପିଏମର ସୀତାରାମ ୟେଚୁରୀ ପ୍ରମୁଖ ଯୋଗ ଦେଇଥିଲେ ।