ସର୍ବଦଳୀୟ ପ୍ରତିନିଧି ଦଳଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତର ବାର୍ତ୍ତା ସାରା ବିଶ୍ବରେ ପହଞ୍ଚାଇବା ପାଇଁ ବିଭିନ୍ନ ରାଷ୍ଟ୍ର ଗସ୍ତ କରିଥିବା ସର୍ବଦଳୀୟ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି। ୭ ସର୍ବଦଳୀୟ ପ୍ରତିନିଧି ଦଳର ୫୦ରୁ ଅଧିକ ସାଂସଦ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କ ଅନୁଭୂତି ବଖାଣିଛନ୍ତି। ଏହି ପ୍ରତିନିଧି ଦଳରେ ଅନେକ ପୂର୍ବତନ ସାଂସଦ ଏବଂ ପୂର୍ବତନ କୂଟନୀତିଜ୍ଞ ମଧ୍ୟ ଅଛନ୍ତି। ସେମାନେ ୩୩ ବିଦେଶ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘ ଗସ୍ତ କରିଛନ୍ତି। […]

ସର୍ବଦଳୀୟ ପ୍ରତିନିଧି ଦଳଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
Samaya Live Picture
Published On

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତର ବାର୍ତ୍ତା ସାରା ବିଶ୍ବରେ ପହଞ୍ଚାଇବା ପାଇଁ ବିଭିନ୍ନ ରାଷ୍ଟ୍ର ଗସ୍ତ କରିଥିବା ସର୍ବଦଳୀୟ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି। ୭ ସର୍ବଦଳୀୟ ପ୍ରତିନିଧି ଦଳର ୫୦ରୁ ଅଧିକ ସାଂସଦ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କ ଅନୁଭୂତି ବଖାଣିଛନ୍ତି। ଏହି ପ୍ରତିନିଧି ଦଳରେ ଅନେକ ପୂର୍ବତନ ସାଂସଦ ଏବଂ ପୂର୍ବତନ କୂଟନୀତିଜ୍ଞ ମଧ୍ୟ ଅଛନ୍ତି। ସେମାନେ ୩୩ ବିଦେଶ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘ ଗସ୍ତ କରିଛନ୍ତି। ପୂର୍ବରୁ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏହି ପ୍ରତିନିଧି ଦଳଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଉଦ୍ୟମ ନେଇ ପ୍ରଶଂସା କରିଥିଲେ। ଉଲ୍ଳେଖଯୋଗ୍ୟ, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, କଂଗ୍ରେସର ଶଶି ଥରୁର, ଜେଡିୟୁର ସଂଜୟ ଝା , ଶିବସେନାର ଶ୍ରୀକାନ୍ତ ସିନ୍ଦେ, ଡି‌ଏମ୍‌କେର କାନିମୋଝି ଏବଂ ଏନ୍‌ସିପି (ଏସ୍‌ପି)ର ସୁପ୍ରିୟା ସୁଲେ ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ସେମାନଙ୍କ ପ୍ରତିନିଧି ଦଳର ନେତୃତ୍ବ ନେଇଥିଲେ। ଆତଙ୍କବାଦ ବିରୋଧରେ ଜାତୀୟ ଏକତାର ବାର୍ତ୍ତା ଦେବାପାଇଁ ସରକାର ଏହି ସର୍ବଦଳୀୟ ପ୍ରତିନିଧି ଦଳ ପଠାଇଥି‌ଲେ।

Tags: