ସରଝାରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ୨ ଭାରତୀୟଙ୍କ ମୃତ୍ୟୁ , ଜଣେ ଗୁରୁତର

ନୂଆଦିଲ୍ଲୀ : ୟୁଆଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ସରଝାରେ ଏକ ୯ ମହଲା ବିଶିଷ୍ଟ ଟାୱାରରେ ଅଗ୍ନିକାଣ୍ଡ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୪୪ ଜଣ ଆହତ ହୋଇଛନ୍ତି। ସରଝାର ଏଆଇ ନହଡ଼ା ଅଞ୍ଚଳରେ ଥିବା ଟାୱାରରେ ୭୫୦ଟି ଆପାର୍ଟମେଣ୍ଟ ରହିଛି। ତେବେ ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ୫ ଜଣଙ୍କ ମଧ୍ୟରେ ୨ ଜଣ ଭାରତୀୟ ନାଗରିକ ଅଛନ୍ତି। ମିସେଲ ସତ୍ୟଦାସ ହେଉଛନ୍ତି ଜଣେ ଭାରତୀୟ ସାଉଣ୍ଡ ଇଞ୍ଜିନିୟର। ସେ ଦୁବାଇ ୱାର୍ଲ୍ଡ ଟ୍ରେଡ୍ […]

Samaya Live Picture
Published On

ନୂଆଦିଲ୍ଲୀ : ୟୁଆଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ସରଝାରେ ଏକ ୯ ମହଲା ବିଶିଷ୍ଟ ଟାୱାରରେ ଅଗ୍ନିକାଣ୍ଡ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୪୪ ଜଣ ଆହତ ହୋଇଛନ୍ତି। ସରଝାର ଏଆଇ ନହଡ଼ା ଅଞ୍ଚଳରେ ଥିବା ଟାୱାରରେ ୭୫୦ଟି ଆପାର୍ଟମେଣ୍ଟ ରହିଛି। ତେବେ ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ୫ ଜଣଙ୍କ ମଧ୍ୟରେ ୨ ଜଣ ଭାରତୀୟ ନାଗରିକ ଅଛନ୍ତି। ମିସେଲ ସତ୍ୟଦାସ ହେଉଛନ୍ତି ଜଣେ ଭାରତୀୟ ସାଉଣ୍ଡ ଇଞ୍ଜିନିୟର। ସେ ଦୁବାଇ ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରର ଡିଏକ୍ସବି ଲାଇଭରେ ଜଣେ ସାଉଣ୍ଡ ଇଞ୍ଜିନିୟର। ଅଗ୍ନିକାଣ୍ଡରେ ପ୍ରାଣ ହାରିଥିବା ଅନ୍ୟ ଜଣେ ଭାରତୀୟ ହେଉଛନ୍ତି ମୁମ୍ବାଇର ଜଣେ ୨୯ ବର୍ଷୀୟା ମହିଳା। ଗତ ଫେବ୍ରୁଆରିରେ ସେ ମଦିନାରେ ବିବାହ କରିଥିଲେ। ତାଙ୍କ ସ୍ବାମୀଙ୍କ ଅବସ୍ଥା ଏବେ ଅତି ସଙ୍କଟାପନ୍ନ ଅଛି। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Tags: