ସରକାର ବିନା ଅନୁମତିରେ ଜଙ୍ଗଲ ହ୍ରାସ କରିପାରିବେନି : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାର ବିନା ଅନୁମତିରେ ନିଜ ଅଧୀନରେ ଥିବା ଜଙ୍ଗଲ ହ୍ରାସ କରିପାରିବେ ନାହିଁ ବୋଲି ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ଆଇନ, ୨୦୨୩ ବିରୋଧରେ ଦାଏର ଏକ ଆବେଦନର ବିଚାର କରି ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ବି.ଆର୍‌. ଗଭାଇ ଓ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି କହିଛନ୍ତି, ଜଙ୍ଗଲ ଅଞ୍ଚଳ ହ୍ରାସ କରିବାକୁ ସେମାନେ ଅନୁମତି ଦେଇପାରିବେ ନାହିଁ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ କିମ୍ବା […]

ସରକାର ବିନା ଅନୁମତିରେ ଜଙ୍ଗଲ ହ୍ରାସ କରିପାରିବେନି : ସୁପ୍ରିମ୍‌କୋର୍ଟ
Samaya Live Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାର ବିନା ଅନୁମତିରେ ନିଜ ଅଧୀନରେ ଥିବା ଜଙ୍ଗଲ ହ୍ରାସ କରିପାରିବେ ନାହିଁ ବୋଲି ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ଆଇନ, ୨୦୨୩ ବିରୋଧରେ ଦାଏର ଏକ ଆବେଦନର ବିଚାର କରି ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ବି.ଆର୍‌. ଗଭାଇ ଓ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି କହିଛନ୍ତି, ଜଙ୍ଗଲ ଅଞ୍ଚଳ ହ୍ରାସ କରିବାକୁ ସେମାନେ ଅନୁମତି ଦେଇପାରିବେ ନାହିଁ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ କିମ୍ବା ହ୍ରାସ ଜଙ୍ଗଲର ସମାନୁପାତିକ କ୍ଷତିପୂରଣ (ବୃକ୍ଷରୋପଣ ନିମନ୍ତେ ଜମି ଯୋଗାଣ) ନଦେବା ଯାଏଁ ଭାରତ ସରକାର ଓ ରାଜ୍ୟ ସରକାରଗୁଡ଼ିକ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କିମ୍ବା ହ୍ରାସ କରିବା ନିମନ୍ତେ କୌଣସି ପଦକ୍ଷେପ ନେଇପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ୍‌ ଐଶ୍ବର୍ଯ୍ୟା ଭଟ୍ଟି ଆବେଦନର ଜବାବ ଦାଖଲ ନିମନ୍ତେ ୩ ସପ୍ତାହ ସମୟ ମାଗିଛନ୍ତି। ଏଥି ସହ ଦେଶରେ କେତେ ପରିମାଣରେ ଜଙ୍ଗଲ ଜମି ରହିଛି ସେନେଇ ଏକ ଷ୍ଟାଟସ୍‌ ରିପୋର୍ଟ ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥାପିତ କରିବେ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୪କୁ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ୨୭ ମାର୍ଚ୍ଚ ୨୦୨୩ରେ ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ଆଇନ ଗୃହୀତ ହୋଇଥିଲା। ଆଇନ ଅନୁଯାୟୀ କୌଣସି ଜମିକୁ ସରକାରୀ ଭାବେ ଜଙ୍ଗଲ ବୋଲି ଘୋଷଣା ନକରିବା ଯାଏଁ ଏହା ‘ଜଙ୍ଗଲ’ ପଦବାଚ୍ୟ‌ ହୋଇପାରିବ ନାହିଁ। ଏହି ସଂଶୋଧନ ବିରୋଧରେ ବିଭିନ୍ନ ପ୍ରକୃତିପ୍ରେମୀ, ପରିବେଶବିତ୍‌ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Tags: