ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ଏସ୍କେଏମ୍ ମୁଖ୍ୟ ପ୍ରେମ ସିଂହ ତମାଙ୍ଗ
ଗ୍ୟାଙ୍ଗଟକ: ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍କେଏମ୍) ମୁଖ୍ୟ ପ୍ରେମ ସିଂହ ତମାଙ୍ଗ ରାଜଭବନରେ ନବନିର୍ବାଚିତ ବିଧାୟକମାନଙ୍କ ସହିତ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ବିଧାୟକ ଦଳ ବୈଠକରେ ତାଙ୍କୁ ନେତାଭାବେ ନିର୍ବାଚିତ କରାଯାଇଥିବା ନେଇ ସେ ସୂଚନା ଦେଇଥିଲେ। ରାଜ୍ୟପାଳ ନବନିର୍ବାଚିତ ବିଧାୟକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ତେବେ ମୁଖ୍ୟମନ୍ତ୍ରୀ କେବେ ଶପଥ ନେବେ ତାହା ତୁରନ୍ତ ଜଣାପଡ଼ିନାହିଁ। ରବିବାର ତମାଙ୍ଗ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। […]
ଗ୍ୟାଙ୍ଗଟକ: ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍କେଏମ୍) ମୁଖ୍ୟ ପ୍ରେମ ସିଂହ ତମାଙ୍ଗ ରାଜଭବନରେ ନବନିର୍ବାଚିତ ବିଧାୟକମାନଙ୍କ ସହିତ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ବିଧାୟକ ଦଳ ବୈଠକରେ ତାଙ୍କୁ ନେତାଭାବେ ନିର୍ବାଚିତ କରାଯାଇଥିବା ନେଇ ସେ ସୂଚନା ଦେଇଥିଲେ। ରାଜ୍ୟପାଳ ନବନିର୍ବାଚିତ ବିଧାୟକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ତେବେ ମୁଖ୍ୟମନ୍ତ୍ରୀ କେବେ ଶପଥ ନେବେ ତାହା ତୁରନ୍ତ ଜଣାପଡ଼ିନାହିଁ। ରବିବାର ତମାଙ୍ଗ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇବା ଲାଗି ରାଜ୍ୟପାଳ କହିଛନ୍ତି। ୩୨ ଆସନ ବିଶିଷ୍ଟ ସିକ୍କିମ ବିଧାନସଭାରେ ୩୧ଟି ଆସନରେ ଏସ୍କେଏମ୍ର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ବିରୋଧୀ ଏସ୍ଡିଏଫ୍ ଗୋଟିଏ ଆସନରେ ଜିତିଛି।




