ସରକାରୀ ବଙ୍ଗଳା ଫେରି ପାଇଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଫେରି ପାଇଛନ୍ତି। ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାପରେ ଗତକାଲି ରାହୁଲଙ୍କ ସଂସଦ ସଦସ୍ୟତା ଫେରାଇ ଦିଆଯାଇଛି। ସଂସଦ ସଦସ୍ୟତା ଫେରି ପାଇବାପରେ ରାହୁଲ ତାଙ୍କ ବଙ୍ଗଳା ମଧ୍ୟ ଫେରି ପାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଚଳିତବର୍ଷ ଏପ୍ରିଲରେ ରାହୁଲ ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହେବାପରେ ସରକାରୀ ବଙ୍ଗଳା ଛାଡ଼ି ଦେଇଥିଲେ। ରାହୁଲ ନିଜ ମା’ଙ୍କ ପାଖରେ ରହୁଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଫେରି ପାଇଛନ୍ତି। ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାପରେ ଗତକାଲି ରାହୁଲଙ୍କ ସଂସଦ ସଦସ୍ୟତା ଫେରାଇ ଦିଆଯାଇଛି। ସଂସଦ ସଦସ୍ୟତା ଫେରି ପାଇବାପରେ ରାହୁଲ ତାଙ୍କ ବଙ୍ଗଳା ମଧ୍ୟ ଫେରି ପାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଚଳିତବର୍ଷ ଏପ୍ରିଲରେ ରାହୁଲ ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହେବାପରେ ସରକାରୀ ବଙ୍ଗଳା ଛାଡ଼ି ଦେଇଥିଲେ। ରାହୁଲ ନିଜ ମା’ଙ୍କ ପାଖରେ ରହୁଥିଲେ। ବଙ୍ଗଳା ଫେରି ପାଇବା ସଂକ୍ରାନ୍ତରେ ରାହୁଲଙ୍କୁ ପ୍ରଶ୍ନ କରାଯିବାରୁ ରାହୁଲ କହିଛନ୍ତି, ‘ପୂରା ଭାରତ ହେଉଛି ମୋର ଘର’। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରେ ରାହୁଲଙ୍କ ସଂସଦ ସଦସ୍ୟତା ରଦ୍ଦ ହେବାପରେ ତାଙ୍କୁ ତାଙ୍କ ବଙ୍ଗଳା ଛାଡ଼ିବାପାଇଁ ନୋଟିସ ପଠାଯାଇଥିଲା। ଏପ୍ରିଲ ୨୨ରେ ରାହୁଲଙ୍କୁ ବଙ୍ଗଳା ଛାଡ଼ିବାପାଇଁ ଲୋକସଭା ହାଉସିଂ କମିଟି ପକ୍ଷରୁ ନୋଟିସ ପଠାଯାଇଥିଲା।

Tags: