ସରକାରୀ ବଙ୍ଗଳା ଫେରି ପାଇବେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ସଂସଦ ସଦସ୍ୟତା ଫେରି ପାଇଛନ୍ତି। ସଦସ୍ୟତା ଫେରି ପାଇବା ଭଳି ରାହୁଲ ତାଙ୍କ ସରକାରୀ ବଙ୍ଗଳା ମଧ୍ୟ ପୂର୍ବବତ୍ ଫେରିପାଇବେ। ତେବେ ରାହୁଲଙ୍କୁ ଏଥିପାଇଁ ନିୟମ ଅନୁଯାୟୀ ସଂସଦୀୟ ହାଉସିଂ କମିଟିରେ ଆବେଦନ କରିବାକୁ ପଡ଼ିବ। ମିଳିଥିବା ସୂଚନାନୁଯାୟୀ ରାହୁଲଙ୍କ ବଙ୍ଗଳା ଏଯାବତ କାହାକୁ ଦିଆଯାଇନି। ରାହୁଲ ବଙ୍ଗଳା ପାଇଁ ଆବେଦନ କଲେ ଏହି ବଙ୍ଗଳା ତାଙ୍କୁ ପୁନର୍ବାର ଦିଆଯିବ। ମାର୍ଚ୍ଚ ୨୪ ତାରିଖରେ ରାହୁଲଙ୍କ ସଂସଦ ସଦସ୍ୟତା […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ସଂସଦ ସଦସ୍ୟତା ଫେରି ପାଇଛନ୍ତି। ସଦସ୍ୟତା ଫେରି ପାଇବା ଭଳି ରାହୁଲ ତାଙ୍କ ସରକାରୀ ବଙ୍ଗଳା ମଧ୍ୟ ପୂର୍ବବତ୍ ଫେରିପାଇବେ। ତେବେ ରାହୁଲଙ୍କୁ ଏଥିପାଇଁ ନିୟମ ଅନୁଯାୟୀ ସଂସଦୀୟ ହାଉସିଂ କମିଟିରେ ଆବେଦନ କରିବାକୁ ପଡ଼ିବ। ମିଳିଥିବା ସୂଚନାନୁଯାୟୀ ରାହୁଲଙ୍କ ବଙ୍ଗଳା ଏଯାବତ କାହାକୁ ଦିଆଯାଇନି। ରାହୁଲ ବଙ୍ଗଳା ପାଇଁ ଆବେଦନ କଲେ ଏହି ବଙ୍ଗଳା ତାଙ୍କୁ ପୁନର୍ବାର ଦିଆଯିବ। ମାର୍ଚ୍ଚ ୨୪ ତାରିଖରେ ରାହୁଲଙ୍କ ସଂସଦ ସଦସ୍ୟତା ରଦ୍ଦ ହେବାର କିଛି ଦିନ ପରେ ରାହୁଲ ତାଙ୍କ ସରକାରୀ ବଙ୍ଗଳା ଛାଡ଼ିଦେଇଥିଲେ। ରାହୁଲ ଏବେ ତାଙ୍କ ମା’ ସୋନିଆ ଗାନ୍ଧିଙ୍କ ସହ ୧୦ ଜନପଥ ରୋଡ୍ ବାସଭବନରେ ରହୁଛନ୍ତି। ରାହୁଲଙ୍କ ସଦସ୍ୟତା ଫେରିବାପରେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଗାନ୍ଧିଙ୍କ ବଙ୍ଗଳା ପ୍ରସଙ୍ଗ ଲୋକସଭା ହାଉସିଂ କମିଟିରେ ଉଠାଇଥିଲେ। ରାହୁଲଙ୍କ ତରଫରୁ ସେ ଆବେଦନ କରିବାକୁ ଚାହିଥିବା କହିଥିଲେ। କିନ୍ତୁ ନିୟମ ଅନୁଯାୟୀ କେବଳ ରାହୁଲ ଗାନ୍ଧି ନିଜେ ହିଁ ବଙ୍ଗଳା ପାଇଁ ଆବେଦନ କରିପାରିବେ ତାଙ୍କୁ କୁହାଯାଇଥିଲା।




