ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ସରକାରୀ ବଙ୍ଗଳା ଛାଡ଼ି ଦେଇଛନ୍ତି। ଏପ୍ରିଲ ୨୨ ସୁଦ୍ଧା ରାହୁଲଙ୍କୁ ୧୨ ତୁଗଲକ ଲେନ ବଙ୍ଗଳା ଛାଡ଼ିବାପାଇଁ ନୋଟିସ କରାଯାଇଥିଲା। ତେବେ ରାହୁଲ ଆଜି ବଙ୍ଗଳା ଛାଡ଼ିଥିଲେ ସୁଦ୍ଧା ଇଦ-ଉଲ-ଫିତର ପାଇଁ ସରକାରୀ ଛୁଟି ହୋଇଥିବାରୁ ଲୋକସଭା ସଚିବାଳୟକୁ ଚାବି ହସ୍ତାନ୍ତର କରିନାହାନ୍ତି। ବଙ୍ଗଳା ଛାଡ଼ିବା ପୂର୍ବରୁ ରାହୁଲ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଆଜି ସକାଳେ ୨ ଥର ବଙ୍ଗଳା ଯାଇଥିଲେ। ଉଲ୍ଲେଖଯୋଗ୍ୟ […]
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ସରକାରୀ ବଙ୍ଗଳା ଛାଡ଼ି ଦେଇଛନ୍ତି। ଏପ୍ରିଲ ୨୨ ସୁଦ୍ଧା ରାହୁଲଙ୍କୁ ୧୨ ତୁଗଲକ ଲେନ ବଙ୍ଗଳା ଛାଡ଼ିବାପାଇଁ ନୋଟିସ କରାଯାଇଥିଲା। ତେବେ ରାହୁଲ ଆଜି ବଙ୍ଗଳା ଛାଡ଼ିଥିଲେ ସୁଦ୍ଧା ଇଦ-ଉଲ-ଫିତର ପାଇଁ ସରକାରୀ ଛୁଟି ହୋଇଥିବାରୁ ଲୋକସଭା ସଚିବାଳୟକୁ ଚାବି ହସ୍ତାନ୍ତର କରିନାହାନ୍ତି। ବଙ୍ଗଳା ଛାଡ଼ିବା ପୂର୍ବରୁ ରାହୁଲ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଆଜି ସକାଳେ ୨ ଥର ବଙ୍ଗଳା ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ରାହୁଲଙ୍କୁ କୋର୍ଟରେ ଆଶ୍ବସ୍ତ ନମିଳିବାରୁ ସେ ତାଙ୍କ ସରକାରୀ ବଙ୍ଗଳା ଛାଡ଼ି ଦେଇଛନ୍ତି। ରାହୁଲଙ୍କ ଦଣ୍ଡାଦେଶ ଉପରେ କୋର୍ଟ ଯଦି ରୋକ୍ ଲଗାଇଥାନ୍ତେ ତେବେ ରାହୁଲ ତାଙ୍କ ଲୋକସଭା ସଦସ୍ୟତା ଫେରି ପାଇଥାନ୍ତେ ଏବଂ ବଙ୍ଗଳା ରଖିପାରିଥାନ୍ତେ। ରାହୁଲ ଗାନ୍ଧି ଏବେ ତାଙ୍କ ମା’ ସୋନିଆ ଗାନ୍ଧିଙ୍କ ବଙ୍ଗଳାରେ ରହିବେ।




