ସରକାରଙ୍କ ବିନା ଅନୁମତିରେ ଆସାମରେ କୌଣସି ସରକାରୀ କର୍ମଚାରୀ ଦ୍ବିତୀୟ ବିବାହ କରିପାରିବେନି
ଗୌହାଟୀ: ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଆସାମରେ କୌଣସି ସରକାରୀ କର୍ମଚାରୀ ଦ୍ବିତୀୟ ବିବାହ କରିପାରିବେନି। ପତ୍ନୀ କିମ୍ବା ସ୍ବାମୀ ଜୀବିତ ଥିବା କୌଣସି ବି ସରକାରୀ କର୍ମଚାରୀ ସରକାରଙ୍କ ବିନା ଅନୁମତିରେ ଦ୍ବିତୀୟ ବିବାହ କରିପାରିବେନି ବୋଲି ଆସାମ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, କୌଣସି ଧର୍ମ ଦ୍ବିତୀୟ ବିବାହକୁ ଅନୁମତି ଦେଇଥିଲେ ବି ଆସାମ ସରକାରୀ କର୍ମଚାରୀଙ୍କୁ ଦ୍ବିତୀୟ ବିବାହ ପାଇଁ ପ୍ରଥମେ ସରକାରଙ୍କ ଅନୁମତି ନେବାକୁ […]
ଗୌହାଟୀ: ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଆସାମରେ କୌଣସି ସରକାରୀ କର୍ମଚାରୀ ଦ୍ବିତୀୟ ବିବାହ କରିପାରିବେନି। ପତ୍ନୀ କିମ୍ବା ସ୍ବାମୀ ଜୀବିତ ଥିବା କୌଣସି ବି ସରକାରୀ କର୍ମଚାରୀ ସରକାରଙ୍କ ବିନା ଅନୁମତିରେ ଦ୍ବିତୀୟ ବିବାହ କରିପାରିବେନି ବୋଲି ଆସାମ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, କୌଣସି ଧର୍ମ ଦ୍ବିତୀୟ ବିବାହକୁ ଅନୁମତି ଦେଇଥିଲେ ବି ଆସାମ ସରକାରୀ କର୍ମଚାରୀଙ୍କୁ ଦ୍ବିତୀୟ ବିବାହ ପାଇଁ ପ୍ରଥମେ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ତେବେ ଶର୍ମା ଏହି ଟିପ୍ପଣୀ ଦେବା ସମୟରେ କୌଣସି ଧର୍ମର ନାଁ ନେଇନାହାନ୍ତି। ଶର୍ମା କହିଛନ୍ତି, ଅନେକ କ୍ଷେତ୍ରରେ ଆମେ ଏଭଳି ମାମଲା ଦେଖିଛୁ ଯେଉଁଠାରେ କର୍ମଚାରୀଙ୍କ ମୃତ୍ୟୁ ପରେ ଜଣେ ସ୍ବାମୀଙ୍କ ପେନସନ୍ ପାଇଁ ୨ ଜଣ ପତ୍ନୀଙ୍କ ମଧ୍ୟରେ ଲଢ଼େଇ ଚାଲେ। ତେଣୁ ଏଭଳି ସ୍ଥିତିର ମୁକାବିଲା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଅକ୍ଟୋବର ୨୦ ତାରିଖରେ ଆସାମ ସରକାରୀ କର୍ମଚାରୀଙ୍କ ପାଇଁ ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।




