ସମ୍ବିଧାନ ମୁଖବନ୍ଧରୁ ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବାକୁ ଆର୍ଏସ୍ଏସ୍ର ଦାବି
ନୂଆଦିଲ୍ଲୀ: ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇ ଦେବାକୁ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ (ଆର୍ଏସ୍ଏସ୍) ଦାବି କରିଛି। ଆରଏସଏସ ମହାସଚିବ ଦତ୍ତାତ୍ରେୟ ହୋସବଲେ ଗୁରୁବାର କହିଛନ୍ତି ଯେ ଜରୁରିକାଳୀନ ପରିସ୍ଥିତି ସମୟରେ ତତ୍କାଳୀନ କଂଗ୍ରେସ ସରକାର ଏହି ଶବ୍ଦ ଯୋଡ଼ିଥିଲେ ଏବଂ ଏହା ଭାରତୀୟ ଗଣତନ୍ତ୍ର ଓ ସଂସ୍କୃତି ପାଇଁ ଅନାବଶ୍ୟକ ବୋଲି ସେ କହିଛନ୍ତି। ୧୯୭୫ରେ ଲଗାଯାଇଥିବା ଜରୁରୀ ପରିସ୍ଥିତି ସମୟରେ ହଜାର ହଜାର ଲୋକଙ୍କୁ ବନ୍ଦୀ କରାଯାଇଥିଲା ଓ ନିର୍ଯାତନା ଦିଆଯାଇଥିଲା। […]
ନୂଆଦିଲ୍ଲୀ: ସମ୍ବିଧାନର ମୁଖବନ୍ଧରୁ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇ ଦେବାକୁ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ (ଆର୍ଏସ୍ଏସ୍) ଦାବି କରିଛି। ଆରଏସଏସ ମହାସଚିବ ଦତ୍ତାତ୍ରେୟ ହୋସବଲେ ଗୁରୁବାର କହିଛନ୍ତି ଯେ ଜରୁରିକାଳୀନ ପରିସ୍ଥିତି ସମୟରେ ତତ୍କାଳୀନ କଂଗ୍ରେସ ସରକାର ଏହି ଶବ୍ଦ ଯୋଡ଼ିଥିଲେ ଏବଂ ଏହା ଭାରତୀୟ ଗଣତନ୍ତ୍ର ଓ ସଂସ୍କୃତି ପାଇଁ ଅନାବଶ୍ୟକ ବୋଲି ସେ କହିଛନ୍ତି। ୧୯୭୫ରେ ଲଗାଯାଇଥିବା ଜରୁରୀ ପରିସ୍ଥିତି ସମୟରେ ହଜାର ହଜାର ଲୋକଙ୍କୁ ବନ୍ଦୀ କରାଯାଇଥିଲା ଓ ନିର୍ଯାତନା ଦିଆଯାଇଥିଲା। ନ୍ୟାୟପାଳିକା ଓ ଗଣମାଧ୍ୟମର ସ୍ବାଧୀନତା ଛଡ଼ାଇ ନିଆଯାଇଥିଲା। ୧୯୭୬ରେ ୪୨ତମ ସଂଶୋଧନ ଜରିଆରେ ସମ୍ବିଧାନର ମୁଖବନ୍ଧରେ ଯୋଡ଼ାଯାଇଥିବା ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ ହଟାଟିବା ଉଚିତ ବୋଲି ହୋସବଲେ କହିଛନ୍ତି।




