ସମ୍ବିଧାନ ଉପରେ ମୋଦୀ, ଶାହଙ୍କ ଆକ୍ରମଣ ଗ୍ରହଣୀୟ ନୁହେଁ : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି ଏବଂ ଏଭଳି କାର୍ଯ୍ୟକୁ ବିରୋଧୀ ଇଣ୍ଡି ମେଣ୍ଟ କଦାପି ଗ୍ରହଣ କରିବେନି। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନରେ ସାମ୍ବାଦିକମାନଙ୍କୁ ବିବୃତି ଦେଇ ରାହୁଲ କହିଛନ୍ତି, କୌଣସି ବି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। ରାହୁଲ ମଧ୍ୟ ସମ୍ବିଧାନ ପ୍ରସଙ୍ଗରେ ସଂକ୍ଷିପ୍ତ ଟିପ୍ପଣୀ ଦେବାପରେ ସମ୍ବିଧାନର […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି ଏବଂ ଏଭଳି କାର୍ଯ୍ୟକୁ ବିରୋଧୀ ଇଣ୍ଡି ମେଣ୍ଟ କଦାପି ଗ୍ରହଣ କରିବେନି। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନରେ ସାମ୍ବାଦିକମାନଙ୍କୁ ବିବୃତି ଦେଇ ରାହୁଲ କହିଛନ୍ତି, କୌଣସି ବି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। ରାହୁଲ ମଧ୍ୟ ସମ୍ବିଧାନ ପ୍ରସଙ୍ଗରେ ସଂକ୍ଷିପ୍ତ ଟିପ୍ପଣୀ ଦେବାପରେ ସମ୍ବିଧାନର ଏକ ବୁକଲେଟ୍ ସାମ୍ବାଦିକମାନଙ୍କୁ ଦେଖାଇଛନ୍ତି। ରାହୁଲ କହିଛନ୍ତି, ମୋଦୀ ଏବଂ ଶାହ ସମ୍ବିଧାନ ଉପରେ ଯେଉଁଭଳି ଆକ୍ରମଣ ଆରମ୍ଭ କରିଛନ୍ତି ତାକୁ ଆମେ ଗ୍ରହଣ କରିବୁନି। ଆମେ ଆଜି ଶପଥ ନେବାବେଳେ ହାତରେ ସମ୍ବିଧାନ ଧରିଥିଲୁ। କୌଣସି ଶକ୍ତି ଭାରତର ସମ୍ବିଧାନକୁ ଛୁଇଁ ପାରିବନି ବୋଲି ସେ କହିଛନ୍ତି।

Tags: