ସମ୍ବିଧାନରେ ରହିଛି ‘ଇଣ୍ଡିଆ, ଦାଟ୍‌ ଇଜ୍‌ ଭାରତ’ : ଜୟଶଙ୍କର

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ନିମନ୍ତ୍ରଣ ପତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ପ୍ରେସିଡେଣ୍ଟ୍‌ ଅଫ ଭାରତ’ ଲେଖାଯିବାକୁ ନେଇ ବିବାଦ ହୋଇଥିବାବେଳେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏନେଇ ଟିପ୍ପଣୀ ରଖିଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ ଜି-୨୦ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ‌ଲେଖାଅଛି। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଜୟଶଙ୍କର କହିଛନ୍ତି, ଭାରତର ସମ୍ବିଧାନ ପଢ଼ିବାପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ସମ୍ବିଧାନରେ ଲେଖା […]

Samaya Live Picture
Published On

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ନିମନ୍ତ୍ରଣ ପତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ପ୍ରେସିଡେଣ୍ଟ୍‌ ଅଫ ଭାରତ’ ଲେଖାଯିବାକୁ ନେଇ ବିବାଦ ହୋଇଥିବାବେଳେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏନେଇ ଟିପ୍ପଣୀ ରଖିଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ ଜି-୨୦ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ‌ଲେଖାଅଛି। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଜୟଶଙ୍କର କହିଛନ୍ତି, ଭାରତର ସମ୍ବିଧାନ ପଢ଼ିବାପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ସମ୍ବିଧାନରେ ଲେଖା ଅଛି , ‘ ଇଣ୍ଡିଆ, ଦାଟ୍‌ ଇଜ୍‌ ଭାରତ’ ଅର୍ଥାତ ଇଣ୍ଡିଆ ଯାହା ଭାରତ। ଜୟଶଙ୍କର କହିଛନ୍ତି, ଏହା ଏକ ଚେତନାମୂଳକ ନିଷ୍ପତ୍ତି। ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହେବ ବୋଲି ଜୟଶଙ୍କର ସ୍ପଷ୍ଟ କରିଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଜି-୨୦ ସମ୍ମିଳନୀରେ ଯୋଗ ନଦେବାକୁ ନେଇ ଜୟଶଙ୍କର କହିଛନ୍ତି, କିଛି ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ କିଛି କାରଣ ପାଇଁ ନିଜ ଆଡ଼ୁ ବୈଠକରେ ଯୋଗ ଦେବେନାହିଁ ବୋଲି କହିଛନ୍ତି। କିନ୍ତୁ ଉକ୍ତ ରାଷ୍ଟ୍ରର ପ୍ରତିନିଧି ସେମାନଙ୍କ ସ୍ଥିତି ଉପସ୍ଥାପନ କରିବେ।

Tags: