ସମାଲୋଚନା କରିବାର କିଛି ଦିନ ପରେ ଅଧୀରଙ୍କୁ ପ୍ରଶଂସାରେ ପୋତିଲେ ଖଡ଼ଗେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ବସନିୟତା ଉପରେ ପ୍ରଶ୍ନ କରିଥିବା କାରଣ ପାଇଁ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀଙ୍କୁ ନିକଟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଅପମାନିତ କରିଥିଲେ। ତେବେ ଏହାର ମାତ୍ର କିଛି ଦିନ ପରେ ଖଡ଼ଗେ ଅଧୀରଙ୍କୁ ଗତକାଲି ପ୍ରଶଂସା କରିଛନ୍ତି। ଅଧୀରଙ୍କୁ ଖଡ଼ଗେ ଦଳର ଲଢ଼ୁଆ ସିପାହୀ ବୋଲି କହି ପ୍ରଶଂସାରେ ପୋତି ପକାଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ ମମତା ଗତ କିଛିଦିନ ତଳେ କହିଥିଲେ ଯେ ସେ […]

Samaya Live Picture
Published On

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ବସନିୟତା ଉପରେ ପ୍ରଶ୍ନ କରିଥିବା କାରଣ ପାଇଁ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀଙ୍କୁ ନିକଟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଅପମାନିତ କରିଥିଲେ। ତେବେ ଏହାର ମାତ୍ର କିଛି ଦିନ ପରେ ଖଡ଼ଗେ ଅଧୀରଙ୍କୁ ଗତକାଲି ପ୍ରଶଂସା କରିଛନ୍ତି। ଅଧୀରଙ୍କୁ ଖଡ଼ଗେ ଦଳର ଲଢ଼ୁଆ ସିପାହୀ ବୋଲି କହି ପ୍ରଶଂସାରେ ପୋତି ପକାଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ ମମତା ଗତ କିଛିଦିନ ତଳେ କହିଥିଲେ ଯେ ସେ ଇଣ୍ଡି ମେଣ୍ଟକୁ ବାହାରୁ ସମର୍ଥନ ପ୍ରଦାନ କରିବେ। ମମତାଙ୍କ ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ଅଧୀର କହିଥିଲେ ମମତାଙ୍କୁ ମୁଁ ବିଶ୍ବାସ କରିପାରିବିନି। ସେ ହିଂସାକୁ ବ୍ୟବହାର କରି ରାଜ୍ୟରେ କଂଗ୍ରେସକୁ ଦୁଇଫାଳ କରିଦେଲେ ଏବଂ ଏବେ ବିଜେପିକୁ ସାହାଯ୍ୟ କରୁଛନ୍ତି। ତେବେ ଶନିବାର ଦିନ ଖଡ଼ଗେ ଶିବସେନା (ୟୂବିଟି) ସଭାପତି ଉଦ୍ଧବ ଠାକରେ ଏବଂ ଏନସିପି (ଏସପି) ମୁଖ୍ୟ ଶରଦ ପାୱାରଙ୍କ ସହ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ମମତା ବାନାର୍ଜୀ ମେଣ୍ଟରେ ଅଛନ୍ତି। ସେ ନିକଟରେ କହିଛନ୍ତି ଯେ ସେ ସରକାରରେ ଯୋଗ ଦେବେ । ଅଧୀର ରଂଜନ ଚୌଧୁରୀ ନିଷ୍ପତ୍ତି ନେବେନି। ନିଷ୍ପତ୍ତି ମୁଁ ଏବଂ ଦଳର ହାଇ କମାଣ୍ଡ୍ ନେବେ। ଯେଉଁମାନେ ଏହି ନିଷ୍ପତ୍ତିରେ ରାଜିନାହାନ୍ତି ସେମାନେ ଚାଲି ଯାଇପାରନ୍ତି। ଖଡ଼ଗେଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ଚୌଧୁରୀ କହିଥିଲେ ପଶ୍ଚିମବଙ୍ଗରେ ମତେ ଏବଂ ଆମ ଦଳକୁ ଯିଏ ରାଜନୈତିକ ଭାବେ ଶେଷ କରିବାକୁ ଚାହାନ୍ତି ତାଙ୍କ ସପକ୍ଷରେ ମୁଁ କିଛି କହିପାରିବିନି। ଏହା ପ୍ରତି କଂଗ୍ରେସ କର୍ମୀଙ୍କ ପାଇଁ ଏକ ଲଢ଼େଇ । ମୁଁ ସେମାନଙ୍କ ପକ୍ଷରୁ କହିଲି। ମମତାଙ୍କ ବ୍ୟକ୍ତିଗତ ଏଜେଣ୍ଡା ପାଇଁ ରାଜ୍ୟ କଂଗ୍ରେସ ମୁଖ୍ୟଙ୍କୁ ଏମିତି ବ୍ୟବହାର କରିବାକୁ ଏବଂ ପରେ ଅନୁଷ୍ଠାନକୁ ଶେଷ କରିଦେବାପାଇଁ ମୁଁ ଚାହେନା। ତେବେ ଖଡ଼ଗେଙ୍କ ଟିପ୍ପଣୀ ପାଇଁ ତାଙ୍କର ବିଭିନ୍ନ ପୋଷ୍ଟର ଏବଂ ହୋର୍ଡିଂ କୋଲକାତା ସ୍ଥିତି ରାଜ୍ୟ ମୁଖ୍ୟାଳୟରେ ସାହି ବୋଳା ହୋଇ ବିକୃତ କରାଯାଇଛି। ଚୌଧୁରୀ ଏହି ଘଟଣା ପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଏନେଇ ପୁଲିସରେ ଅଭିଯୋଗ କରିବାପାଇଁ ଦଳୀୟ କର୍ମୀମାନଙ୍କୁ କହିଥିଲେ। ଏହି ଘଟଣା ପରେ ଖଡ଼ଗେ ଚୌଧୁରୀଙ୍କୁ ପ୍ରଶଂସା କରିଛନ୍ତି।

Tags: