ସମସ୍ତ ୫ ରାଜ୍ୟରେ ଆମେ ଜିତିବୁ : ଜେପି ନଡ୍ଡା
ନୂଆଦିଲ୍ଲୀ : ୫ ରାଜ୍ୟରେ ଆଜି ନିର୍ବାଚନ ତାରିଖ ଘୋଷଣା ହେବା ସହ ବିଜେପି ସଜାପତି ଜେପି ନଡ୍ଡା ଆଜି କହିଛନ୍ତି ତାଙ୍କ ଦଳ ୫ଟି ଯାକ ରାଜ୍ୟରେ ନିର୍ବାଚନ ଜିତିବ। ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ସମସ୍ତ ୫ଟି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବ ଏବଂ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ। ଉଲ୍ଲେଖଯୋଗ୍ୟ ଯେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ନଭେମ୍ବର ୭ରୁ ବିଭିନ୍ନ […]
ନୂଆଦିଲ୍ଲୀ : ୫ ରାଜ୍ୟରେ ଆଜି ନିର୍ବାଚନ ତାରିଖ ଘୋଷଣା ହେବା ସହ ବିଜେପି ସଜାପତି ଜେପି ନଡ୍ଡା ଆଜି କହିଛନ୍ତି ତାଙ୍କ ଦଳ ୫ଟି ଯାକ ରାଜ୍ୟରେ ନିର୍ବାଚନ ଜିତିବ। ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ସମସ୍ତ ୫ଟି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବ ଏବଂ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ। ଉଲ୍ଲେଖଯୋଗ୍ୟ ଯେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ନଭେମ୍ବର ୭ରୁ ବିଭିନ୍ନ ତାରିଖରେ ନିର୍ବାଚନ ଅଛି। ଡିସେମ୍ବର ୩ ତାରିଖରେ ଭୋଟ୍ ଗଣତି ହେବ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଦୃଢ଼ୋକ୍ତି ବାଢ଼ିଛନ୍ତି ଯେ ତାଙ୍କ ଦଳ ୫ଟି ରାଜ୍ୟରେ ନିର୍ବାଚନ ଜିତିବ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଏକ୍ସରେ ନିର୍ବାଚନ ଘୋଷଣାକୁ ସ୍ବାଗତ କରିଛନ୍ତି।




