ସମଲିଙ୍ଗୀ ବିବାହକୁ ନ୍ୟାୟିକ ସ୍ବୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ନ୍ୟାୟିକ ସ୍ବୀକୃତି ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସମଲିଙ୍ଗୀ ବିବାହକୁ କୋର୍ଟ ନ୍ୟାୟିକ ସ୍ବୀକୃତି ଦେବାକୁ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ସମ୍ବିଧାନ ପୀଠ ଗତ ମେ’ ମାସରେ ଏହି ମାମଲାରେ ବିଭିନ୍ନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରିଛନ୍ତି। ୫ ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତି […]
ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ନ୍ୟାୟିକ ସ୍ବୀକୃତି ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସମଲିଙ୍ଗୀ ବିବାହକୁ କୋର୍ଟ ନ୍ୟାୟିକ ସ୍ବୀକୃତି ଦେବାକୁ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୫ ଜଣିଆ ସମ୍ବିଧାନ ପୀଠ ଗତ ମେ’ ମାସରେ ଏହି ମାମଲାରେ ବିଭିନ୍ନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରିଛନ୍ତି। ୫ ଜଣିଆ ସମ୍ବିଧାନ ପୀଠ ସର୍ବସମ୍ମତି କ୍ରମେ ଏହା କହିଛନ୍ତି ଯେ ସମଲିଙ୍ଗୀ ଦମ୍ପତିଙ୍କ ପାଇଁ ବିବାହ କରିବାର କୌଣସି ଅଯୋଗ୍ୟ ଅଧିକାର ନାହିଁ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଏସ୍ କେ କୌଲ କହିଥିଲେ ଯେ ସମଲିଙ୍ଗୀ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ। କିନ୍ତୁ ଅନ୍ୟ ୩ ଜଣ ବିଚାରପତି ଏଥିରେ ସହମତି ପ୍ରକାଶ କରିନଥିଲେ। ତେବେ ସମଲିଙ୍ଗୀ ଯୋଡ଼ିଙ୍କ ଅଧିକାର ପରୀକ୍ଷା କରିବାପାଇଁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ କମିଟି ଗଠନ କରିବାପାଇଁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସ୍ବତନ୍ତ୍ର ବିବାହ ଆଇନର ପ୍ରାବଧାନକୁ କୋର୍ଟ ଖଣ୍ଡନ କରିପାରିବେନି। ସିଜେଆଇ ଏହି ପ୍ରସଙ୍ଗରେ ନିଷ୍ପତ୍ତି ସଂସଦ ଉପରେ ଛାଡ଼ି ଦେଇଛନ୍ତି।




