ସମଲିଙ୍ଗି ବିବାହ ମାମଲା ,ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ରିଭ୍ୟୁ ପିଟିସନ୍ ଦାଖଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିକଟରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସମଲିଙ୍ଗି ବିବାହକୁ ଆଇନଗତ ମାନ୍ୟତା ଦେବାପାଇଁ ମନା କରିଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିରୋଧ କରି ଉକ୍ତ ମାମଲାର ଜଣେ ଆବେଦନକାରୀ ଉଦିତ ସୁଦ୍ ଏକ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି। ସେ ତାଙ୍କ ଆବେଦନରେ ଏହା ଦର୍ଶାଇଛନ୍ତି ଯେ କୁଇୟର ସମ୍ପ୍ରଦାୟ ସମ୍ମୁଖୀନ ହୋଇଥିବା ଭେଦଭାବ ଏହି ରାୟରେ ସ୍ବୀକାର କରାଯାଇଛି କିନ୍ତୁ ଭେଦଭାବର କାରଣ ହଟାଯାଇନାହିଁ। ସମଲିଙ୍ଗି ଦମ୍ପତିଙ୍କ ସମାନ ଅଧିକାରକୁ ଅସ୍ବୀକାର […]

Samaya Live Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିକଟରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସମଲିଙ୍ଗି ବିବାହକୁ ଆଇନଗତ ମାନ୍ୟତା ଦେବାପାଇଁ ମନା କରିଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିରୋଧ କରି ଉକ୍ତ ମାମଲାର ଜଣେ ଆବେଦନକାରୀ ଉଦିତ ସୁଦ୍ ଏକ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି। ସେ ତାଙ୍କ ଆବେଦନରେ ଏହା ଦର୍ଶାଇଛନ୍ତି ଯେ କୁଇୟର ସମ୍ପ୍ରଦାୟ ସମ୍ମୁଖୀନ ହୋଇଥିବା ଭେଦଭାବ ଏହି ରାୟରେ ସ୍ବୀକାର କରାଯାଇଛି କିନ୍ତୁ ଭେଦଭାବର କାରଣ ହଟାଯାଇନାହିଁ। ସମଲିଙ୍ଗି ଦମ୍ପତିଙ୍କ ସମାନ ଅଧିକାରକୁ ଅସ୍ବୀକାର କରି ସେମାନଙ୍କୁ ମନୂଷ୍ୟଙ୍କଠାରୁ କମ୍ ଦେଖାଯାଉଛି। ଉଲ୍ଳେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ଗତ ଅକ୍ଟୋବର ୧୭ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସମଲିଙ୍ଗି ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ମନା କରିଦେଇଥିଲେ।

Tags: