ସମଲିଙ୍ଗୀ ବିବାହ ମାମଲାରେ ଆସନ୍ତାକାଲି ଆସିବ ସୁପ୍ରିମକୋର୍ଟଙ୍କ ରାୟ
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନ୍ୟାୟିକ ମାନ୍ୟତା ପ୍ରଦାନ କରିବା ସଂକ୍ରାନ୍ତରେ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଆସିବ। ସମଲିଙ୍ଗୀ ବିବାହ ପାଇଁ ନ୍ୟାୟିକ ବୈଧତା ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ବିଭିନ୍ନ ଆବେଦନ ଉପରେ ଗତ ମେ’ରେ ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏସ୍କେ କୌଲ, ଏସଆର ଭଟ, ହିମା କୋହଲି ଏବଂ ପିଏସ୍ ନରସିଂହଙ୍କ ଖଣ୍ଡପୀଠ ଏହି ମାମଲାରେ ୧୦ ଦିନର ମାରାଥନ୍ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। […]
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନ୍ୟାୟିକ ମାନ୍ୟତା ପ୍ରଦାନ କରିବା ସଂକ୍ରାନ୍ତରେ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଆସିବ। ସମଲିଙ୍ଗୀ ବିବାହ ପାଇଁ ନ୍ୟାୟିକ ବୈଧତା ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ବିଭିନ୍ନ ଆବେଦନ ଉପରେ ଗତ ମେ’ରେ ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏସ୍କେ କୌଲ, ଏସଆର ଭଟ, ହିମା କୋହଲି ଏବଂ ପିଏସ୍ ନରସିଂହଙ୍କ ଖଣ୍ଡପୀଠ ଏହି ମାମଲାରେ ୧୦ ଦିନର ମାରାଥନ୍ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆସନ୍ତାକାଲି କୋର୍ଟ ଏହି ମାମଲାରେ ଚୂଡ଼ାନ୍ତ ରାୟ ଶୁଣାଇବେ। ୧୮ ଜଣ ସମଲିଙ୍ଗୀ ଦମ୍ପତିଙ୍କ ଆବେଦନ ଉପରେ ଶୁଣାଣି କରିବାପରେ କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ଆବେଦନକାରୀମାନେ ସେମାନଙ୍କ ବିବାହକୁ ସାମାଜିକ ସ୍ବୀକୃତି ଏବଂ ନ୍ୟାୟିକ ମାନ୍ୟତା ଦେବାପାଇଁ ସେମାନଙ୍କ ଆବେଦନରେ ଦାବି କରିଥିଲେ।




