ସମଗ୍ର ପଶ୍ଚିମବଙ୍ଗରେ ପହଞ୍ଚିବ ସନ୍ଦେଶଖାଲି ଝଡ଼ : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ବରାସତରେ ଏକ ରାଲି କରିଛନ୍ତି। ରାଲିରେ ଉଦବୋଧନ ଦେଇ ମୋଦୀ ସନ୍ଦେଶଖାଲି ପ୍ରସଙ୍ଗରେ ଶାସନ ଟିଏମସି ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, ସନ୍ଦେଶଖାଲି ଝଡ଼ ପଶ୍ଚିମବଙ୍ଗର ପ୍ରତି ଅଂଶରେ ପହଞ୍ଚିବ। ରାଜ୍ୟରେ ଶାସକ ଟିଏମସିକୁ ତଳକୁ ଆଣିବାପାଇଁ ନାରୀ ଶକ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ମୋଦୀ କହିଛନ୍ତି, ସନ୍ଦେଶଖାଲିରେ ମହିଳାମାନଙ୍କ ସହ ଯାହା ହେଲା ତାହା ଅତ୍ୟନ୍ତ ଲଜ୍ଜାଜନକ। ଟିଏମସି ନେତାମାନେ ଗରିବ, ଦଳିତ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ବରାସତରେ ଏକ ରାଲି କରିଛନ୍ତି। ରାଲିରେ ଉଦବୋଧନ ଦେଇ ମୋଦୀ ସନ୍ଦେଶଖାଲି ପ୍ରସଙ୍ଗରେ ଶାସନ ଟିଏମସି ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, ସନ୍ଦେଶଖାଲି ଝଡ଼ ପଶ୍ଚିମବଙ୍ଗର ପ୍ରତି ଅଂଶରେ ପହଞ୍ଚିବ। ରାଜ୍ୟରେ ଶାସକ ଟିଏମସିକୁ ତଳକୁ ଆଣିବାପାଇଁ ନାରୀ ଶକ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ମୋଦୀ କହିଛନ୍ତି, ସନ୍ଦେଶଖାଲିରେ ମହିଳାମାନଙ୍କ ସହ ଯାହା ହେଲା ତାହା ଅତ୍ୟନ୍ତ ଲଜ୍ଜାଜନକ। ଟିଏମସି ନେତାମାନେ ଗରିବ, ଦଳିତ ଏବଂ ଆଦିବାସୀ ପରିବାରର ଭଉଣୀ ଏବଂ ଝିଅମାନଙ୍କୁ ଅତ୍ୟାଚାର କରିଛନ୍ତି। ପଶ୍ଚିମବଙ୍ଗ ଏବଂ ଦେଶର ମହି ଳାମାନେ ଉକ୍ତ ଘଟଣାରେ କ୍ରୋଧାନ୍ବିତ ହୋଇଛନ୍ତି। ଏହି ସନ୍ଦେଶଖାଲି ଝଡ଼ ପଶ୍ଚିମବଙ୍ଗର ପ୍ରତି କୋଣରେ ପହଞ୍ଚିବ ଏବଂ ସାତିରା ରାଜ୍ୟରେ ଟିଏମସିର ପତନ ହେବ ବୋଲି ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଉ ମାତ୍ର କିଛି ଦିନ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ମୋଦୀ ଏବେ ଘନ ଘନ ରାଲି କରୁଛନ୍ତି। ବିଭିନ୍ନ ରାଜ୍ୟରେ ମୋଦୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରୁଛନ୍ତି।

Tags: