ସବୁରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିବେ ଲୋକସଭା ବାଚସ୍ପତି
ସମୟ ଲାଇଭ୍,୧୭/୪: ଆସନ୍ତା ୨୧ ତାରିଖରେ ଲୋକସଭା ବାଚସ୍ପତି ଓମ୍.ବିର୍ଲା ସମସ୍ତ ରାଜ୍ୟର ବିଧାନସଭା ବାଚସ୍ପତିଙ୍କ ସହ ଏକ ଆଲୋଚନା କରିବେ। ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ଆଲୋଚନା କରାଯିବ। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଠାରେ ଏହି ଆଲୋଚନା ଅନୁଷ୍ଠିତ ହେବ। ତେବେ ଓଡ଼ିଶାର ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବ୍ୟତୀତ ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ପ୍ରତିଭା ସିଂ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ […]
ସମୟ ଲାଇଭ୍,୧୭/୪: ଆସନ୍ତା ୨୧ ତାରିଖରେ ଲୋକସଭା ବାଚସ୍ପତି ଓମ୍.ବିର୍ଲା ସମସ୍ତ ରାଜ୍ୟର ବିଧାନସଭା ବାଚସ୍ପତିଙ୍କ ସହ ଏକ ଆଲୋଚନା କରିବେ। ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ଆଲୋଚନା କରାଯିବ। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଠାରେ ଏହି ଆଲୋଚନା ଅନୁଷ୍ଠିତ ହେବ। ତେବେ ଓଡ଼ିଶାର ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବ୍ୟତୀତ ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ପ୍ରତିଭା ସିଂ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ ଓ ନୋଡ଼ାଲ ଅଫିସର ସରୋଜ କୁମାର ମହାନ୍ତି ପ୍ରମୁଖ ସାମିଲ ହେବେ।
Tags:




