ସବୁଜ ବିପ୍ଳବର ଜନକ ଏମଏସ୍‌ ସ୍ବାମୀନାଥନଙ୍କ ପ‌ରଲୋକ

ନୂଆଦିଲ୍ଲୀ : ପ୍ରଖ୍ୟାତ ଭାରତୀୟ କୃଷି ବୈଜ୍ଞାନିକ ଏବଂ ଭାରତର ସବୁ ବିପ୍ଳବ ପଛର ପ୍ରେରକ ଶକ୍ତି ଏମ ଏସ୍‌ ସ୍ବାମୀନାଥନଙ୍କର ଆଜି ୯୮ ବର୍ଷ ବୟସରେ ପରଲୋକ ଘଟିଛି। ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ଦ୍ବାରା ସ୍ବାମୀନାଥନ ଅର୍ଥନୈତିକ ପରିବେଶର ଜନକ ଭାବେ ଜଣାଶୁଣା। ୧୯୬୦ ଏବଂ ୧୯୭୦ ଦଶକରେ ସ୍ବାମୀନାଥନଙ୍କ କାର୍ଯ୍ୟ ଭାରତୀୟ କୃଷି କ୍ଷେତ୍ରରେ ବିପ୍ଳବ ଆଣିଛି। ଦେଶକୁ ବ୍ୟାପକ ଦୁର୍ଭିକ୍ଷରୁ ରକ୍ଷା କରିଛି ଏବଂ ଖାଦ୍ୟ ଉତ୍ପାଦନ‌ରେ ଆତ୍ମନିର୍ଭରଶୀଳତା ହାସଲ କରିବାରେ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଖ୍ୟାତ ଭାରତୀୟ କୃଷି ବୈଜ୍ଞାନିକ ଏବଂ ଭାରତର ସବୁ ବିପ୍ଳବ ପଛର ପ୍ରେରକ ଶକ୍ତି ଏମ ଏସ୍‌ ସ୍ବାମୀନାଥନଙ୍କର ଆଜି ୯୮ ବର୍ଷ ବୟସରେ ପରଲୋକ ଘଟିଛି। ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ ଦ୍ବାରା ସ୍ବାମୀନାଥନ ଅର୍ଥନୈତିକ ପରିବେଶର ଜନକ ଭାବେ ଜଣାଶୁଣା। ୧୯୬୦ ଏବଂ ୧୯୭୦ ଦଶକରେ ସ୍ବାମୀନାଥନଙ୍କ କାର୍ଯ୍ୟ ଭାରତୀୟ କୃଷି କ୍ଷେତ୍ରରେ ବିପ୍ଳବ ଆଣିଛି। ଦେଶକୁ ବ୍ୟାପକ ଦୁର୍ଭିକ୍ଷରୁ ରକ୍ଷା କରିଛି ଏବଂ ଖାଦ୍ୟ ଉତ୍ପାଦନ‌ରେ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସାହାଯ୍ୟ କରିଛି। ସ୍ବାମୀନାଥନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଅନେକ ପୁରସ୍କାର ମିଳିଛି। ୧୯୮୭ରେ ସେ ପ୍ରଥମ ବିଶ୍ବ ଖାଦ୍ୟ ପୁରସ୍କାର ପାଇଥିଲେ। ପୁରସ୍କାର ଅର୍ଥରାଶିରେ ସେ ଚେନ୍ନାଇରେ ଏମଏସ୍‌ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍‌ ପ୍ରତିଷ୍ଠା କଲେ। ଏହାଦ୍ବାରା ସେ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ କୃଷି ପ୍ରଣାଳୀ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ିଭୂତ କଲେ। ସେ ମଧ୍ୟ ୧୯୭୧ରେ ମାଗସେସେ ପୁରସ୍କାର ପାଇଛନ୍ତି ଏବଂ ୧୯୮୬ରେ ଆଲବର୍ଟ ଆଇନଷ୍ଟାଇନ ୱାଲ୍ଡ ସାଇନ୍ସ ଆୱାର୍ଡ ପାଇଛନ୍ତି। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବସ୍ତରରେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ। ବିଭିନ୍ନ ଅନ୍ତର୍ଜାତୀୟ କୃଷି ଏବଂ ପରିବେଶ କାର୍ଯ୍ୟକ୍ରମ ପ୍ରତି ତାଙ୍କର ଅବଦାନ ରହିଛି।

Tags: