ସବୁଜ ବାଣ ବିକ୍ରି ଅନୁମତି ଦେଲେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସବୁଜ ବାଣ ବିକ୍ରି କରିବାପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇନାହାନ୍ତି। ବାରିୟମ ସଲ୍ଟ ବ୍ୟବହାର ହେଉଥିବା ସବୁଜ ବାଣ ବିକ୍ରି ପାଇଁ ଅନୁମତି ଦେବାକୁ ବାଣ ପ୍ରସ୍ତୁତକାରୀ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। କମ୍ ପ୍ରଦୂଷଣ ହେଉଥିବାରୁ ଏହି ବାଣକୁ ଅନୁମତି ଦେବାପାଇଁ ଆବେଦନକାରୀ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଜଷ୍ଟିସ ଏ ଏସ୍ ବୋପନ୍ନା ଏବଂ ଏମ ଏମ୍ ସୁନ୍ଦରେଶଙ୍କ ଖଣ୍ଡପୀଠ ଆଜି ଏହି ମାମଲାରେ ହୋଇଥିବା ୨ଟି ଆବେଦନକୁ ଖାରଜ କରିଦେଇଛନ୍ତି। ଖରାପ […]
ନୂଆଦିଲ୍ଲୀ: ସବୁଜ ବାଣ ବିକ୍ରି କରିବାପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇନାହାନ୍ତି। ବାରିୟମ ସଲ୍ଟ ବ୍ୟବହାର ହେଉଥିବା ସବୁଜ ବାଣ ବିକ୍ରି ପାଇଁ ଅନୁମତି ଦେବାକୁ ବାଣ ପ୍ରସ୍ତୁତକାରୀ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। କମ୍ ପ୍ରଦୂଷଣ ହେଉଥିବାରୁ ଏହି ବାଣକୁ ଅନୁମତି ଦେବାପାଇଁ ଆବେଦନକାରୀ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଜଷ୍ଟିସ ଏ ଏସ୍ ବୋପନ୍ନା ଏବଂ ଏମ ଏମ୍ ସୁନ୍ଦରେଶଙ୍କ ଖଣ୍ଡପୀଠ ଆଜି ଏହି ମାମଲାରେ ହୋଇଥିବା ୨ଟି ଆବେଦନକୁ ଖାରଜ କରିଦେଇଛନ୍ତି। ଖରାପ ସ୍ବାସ୍ଥ୍ୟ ପ୍ରଭାବ ପାଇଁ କୋର୍ଟ ଏହି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି। ଅନ୍ୟପକ୍ଷେ ‘ହାପି ଦିୱାଲି’ କହି କୋର୍ଟ ଶୁଭେଚ୍ଛା ଜଣାଇଛନ୍ତି। କୋର୍ଟ କହିଛନ୍ତି, ବାଣ ନିଷିଦ୍ଧ ହୋଇଥିବାରୁ ଏ କ୍ଷେତ୍ରରେ ସବୁଜ ବାଣକୁ ନେଇ ମଧ୍ୟ ଅନୁମତି ଦେବାର ପ୍ରଶ୍ନ ଉଠୁନାହିଁ। ଉଲ୍ଲେଖଯୋଗ୍ୟ, ୩ ଜଣ ନାବାଳକଙ୍କ ପିଆଇଏଲ୍ ଆଧାରରେ ସୁପ୍ରିମକୋର୍ଟ ୨୦୧୮ ଅକ୍ଟୋବରରେ ବାଣ ନିଷିଦ୍ଧ କରିଥିଲେ।




