ସପ୍ତାହକ ତଳୁ କାନାଡ଼ା ଭାରତକୁ ଅଭିଯୋଗର ପ୍ରମାଣ ଦେଇସାରିଛି : ଟ୍ରୁଡୋ
ନୂଆଦିଲ୍ଲୀ: ଭାରତ ବିରୋଧରେ କାନଡ଼ା ଆଣିଥିବା ଅଭିଯୋଗ ସତ ଏବଂ କାନାଡ଼ା ଏସଂକ୍ରାନ୍ତରେ ବଳିଷ୍ଠ ପ୍ରମାଣ ସପ୍ତାହକ ତଳୁ ଭାରତକୁ ଦେଇ ସାରିଛି । ଶୁକ୍ରବାର ଗଣମାଧ୍ୟମରେ ସୂଚନା ଦେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହା କହିଛନ୍ତି। ଟ୍ରୁଡୋଙ୍କ ଅନୁଯାୟୀ ସୋମବାର ସେ ସଂସଦରେ ନିଜାର ହତ୍ୟା ଘଟଣାରେ ଭାରତୀୟ ପ୍ରତିନିଧିଙ୍କ ସମ୍ପୃକ୍ତି ନେଇ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଠିକ୍ ଏବଂ ଏହି ବିଶ୍ବସନୀୟ ଅଭିଯୋଗର ବଳିଷ୍ଠ ପ୍ରମାଣ ଭାରତକୁ ଦିଆସରିଛି।। ଟ୍ରୁଡୋ କହିଛନ୍ତି, […]
ନୂଆଦିଲ୍ଲୀ: ଭାରତ ବିରୋଧରେ କାନଡ଼ା ଆଣିଥିବା ଅଭିଯୋଗ ସତ ଏବଂ କାନାଡ଼ା ଏସଂକ୍ରାନ୍ତରେ ବଳିଷ୍ଠ ପ୍ରମାଣ ସପ୍ତାହକ ତଳୁ ଭାରତକୁ ଦେଇ ସାରିଛି । ଶୁକ୍ରବାର ଗଣମାଧ୍ୟମରେ ସୂଚନା ଦେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହା କହିଛନ୍ତି। ଟ୍ରୁଡୋଙ୍କ ଅନୁଯାୟୀ ସୋମବାର ସେ ସଂସଦରେ ନିଜାର ହତ୍ୟା ଘଟଣାରେ ଭାରତୀୟ ପ୍ରତିନିଧିଙ୍କ ସମ୍ପୃକ୍ତି ନେଇ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଠିକ୍ ଏବଂ ଏହି ବିଶ୍ବସନୀୟ ଅଭିଯୋଗର ବଳିଷ୍ଠ ପ୍ରମାଣ ଭାରତକୁ ଦିଆସରିଛି।। ଟ୍ରୁଡୋ କହିଛନ୍ତି, ଆମେ ଆଶା କରୁଛୁ ଯେ ସେମାନେ ଆମକୁ ଏହି ମାମଲାର ତଦନ୍ତରେ ସହଯୋଗ କରିବେ ଫଳରେ ଏହି ମାମଲାରେ ଆମେ ପୂରା ମୂଳକୁ ଯାଇ ତଦନ୍ତ କରିପାରିବୁ। ଉଲ୍ଲେଖଯୋଗ୍ୟ ଯେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜାର ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଅଛି ବୋଲି ଟ୍ରୁଡୋ କହିଛନ୍ତି। ତେବେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚୀ କହିଥିଲେ, କାନାଡ଼ା ପକ୍ଷରୁ ଏନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। କାନାଡ଼ାର ଏହି ଅଭିଯୋଗ ପରଠାରୁ କାନାଡ଼ା ଏବଂ ଭାରତ ମଧ୍ୟରେ କୂଟନୈତିକ ବିବାଦ ଲାଗି ରହିଛି।




