ସପ୍ତାହକୁ ୬ କୋଟି ୫୦ ଲକ୍ଷ ସଂକ୍ରମଣ ଦେଖିବ ଚୀନ୍‌

ନୂଆଦିଲ୍ଲୀ: ବିଶ୍ବ ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ ଚେତାବନୀ ଦେଇଥି‌ବାବେଳେ ଇତି ମଧ୍ୟରେ ଚୀନ୍‌ରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଓମିକ୍ରନ୍‌ ପ୍ରଜାତି ଏକ୍ସବିବି ପାଇଁ ଚୀନ୍‌ରେ ଗତ ଏପ୍ରିଲରୁ ସଂକ୍ରମଣ ବଢ଼ୁଛି। ଚଳିତ ମାସ ଶେଷ ସୁଦ୍ଧା ଦେଶରେ ସାପ୍ତାହିକ ସଂକ୍ରମଣ ୪୦ ନିୟୁତ ରହିବ। ଜୁନ୍‌ ଶେଷରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ଏବଂ ଏହି ସମୟରେ ସାପ୍ତାହିକ ସଂକ୍ରମଣ ୬ […]

Samaya Live Picture
Published On

ନୂଆଦିଲ୍ଲୀ: ବିଶ୍ବ ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ ଚେତାବନୀ ଦେଇଥି‌ବାବେଳେ ଇତି ମଧ୍ୟରେ ଚୀନ୍‌ରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଓମିକ୍ରନ୍‌ ପ୍ରଜାତି ଏକ୍ସବିବି ପାଇଁ ଚୀନ୍‌ରେ ଗତ ଏପ୍ରିଲରୁ ସଂକ୍ରମଣ ବଢ଼ୁଛି। ଚଳିତ ମାସ ଶେଷ ସୁଦ୍ଧା ଦେଶରେ ସାପ୍ତାହିକ ସଂକ୍ରମଣ ୪୦ ନିୟୁତ ରହିବ। ଜୁନ୍‌ ଶେଷରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ଏବଂ ଏହି ସମୟରେ ସାପ୍ତାହିକ ସଂକ୍ରମଣ ୬ କୋଟି ୫୦ ଲକ୍ଷ ରହିବ। ଚୀନ୍‌ର ଏକ ବାୟୋଟେକ କନଫରେନ୍ସରେ ଜଣେ ଶ୍ବାସରୋଗ ବିଶେଷଜ୍ଞଙ୍କ ଦ୍ବାରା ଦାଖଲ କରାଯାଇଥିବା ଏକ ଉପସ୍ଥାପନାରୁ ଏହା ଜଣାପଡ଼ିଛି। ଚୀନ୍‌ରେ ଏହି ନୂଆ ସଂକ୍ରମଣ ବୃଦ୍ଧି ସବୁଠାରୁ ବଡ଼ ଲହର ଆଣିବ। ଚୀନ୍‌ରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରବଳ ଚାପ ବଢ଼ିଥିବା ଜଣାପଡ଼ିଛି। ଏକ୍ସବିବି ପ୍ରଜାତି ପାଇଁ ଚୀନ୍‌ରେ ସଂକ୍ରମଣ ବଢ଼ିଛି। ବିଏ.୨.୭.୫ଠାରୁ ଏହା ଅଧିକ ସଂକ୍ରାମକ ।

Tags: