ସପା ନେତାଙ୍କ ଜିଭ କାଟ ପାଇଁ ୧୦ ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ସପା) ନେତା ସ୍ବାମୀ ‌ପ୍ରସାଦ ମୌର୍ଯ୍ୟଙ୍କ ଜିଭ କାଟିବା ପାଇଁ ଉତ୍ତରପ୍ରଦେଶ ମୋରାଦାବାଦର ଜଣେ କଂଗ୍ରେସ ନେତା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ମୋରାଦାବାଦରେ କଂଗ୍ରେସର ମାନବାଧିକାର ବିଭାଗ ଅଧ୍ୟକ୍ଷ ପଣ୍ଡିତ ଗଙ୍ଗା ରାମ ଶର୍ମା କହିଛନ୍ତି, ଯିଏ ସପା ନେତା ମୌର୍ଯ୍ୟଙ୍କ ଜିଭ କାଟିବ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ। ସ୍ବାମୀ ପ୍ରସାଦ ମୌର୍ଯ୍ୟ ନିକଟରେ ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ […]

Samaya Live Picture
Published On

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ସପା) ନେତା ସ୍ବାମୀ ‌ପ୍ରସାଦ ମୌର୍ଯ୍ୟଙ୍କ ଜିଭ କାଟିବା ପାଇଁ ଉତ୍ତରପ୍ରଦେଶ ମୋରାଦାବାଦର ଜଣେ କଂଗ୍ରେସ ନେତା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ମୋରାଦାବାଦରେ କଂଗ୍ରେସର ମାନବାଧିକାର ବିଭାଗ ଅଧ୍ୟକ୍ଷ ପଣ୍ଡିତ ଗଙ୍ଗା ରାମ ଶର୍ମା କହିଛନ୍ତି, ଯିଏ ସପା ନେତା ମୌର୍ଯ୍ୟଙ୍କ ଜିଭ କାଟିବ ତାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ। ସ୍ବାମୀ ପ୍ରସାଦ ମୌର୍ଯ୍ୟ ନିକଟରେ ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ ହିନ୍ଦୁତ୍ବବାଦ ହେଉଛି ଏକ ଗୁଜବ। ତେଣୁ ହିନ୍ଦୁଧର୍ମକୁ ଅପମାନିତ କରିଥିବାରୁ ପଣ୍ଡିତ ଗଙ୍ଗା ରାମ ଶର୍ମା ତାଙ୍କ ଜିଭ କାଟ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ସପ୍ତାହରେ ମୌର୍ଯ୍ୟ ଏକ୍ସରେ ଏକ ପୋଷ୍ଟ୍‌ କରି ହିନ୍ଦୁତ୍ବବାଦ ବିରୋଧରେ ଏଭଳି ଟିପ୍ପଣୀ ଦେଇଥିଲେ ଏବଂ ସମାଜରେ ପ୍ରଚଳିତ ସବୁ ଜାତିଆଣ ଭେଦଭାବ ପାଇଁ ବ୍ରାହ୍ମଣମାନେ ଦାୟୀ ବୋଲି କହି ବ୍ରାହ୍ମଣବାଦ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ।

Tags: