ସନ୍ଦେଶଖାଲି ଯିବାବେଳେ ବିଜେପି କର୍ମୀ-ପୁଲିସ ମୁହାଁମୁହିଁ : ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଆହତ
କୋଲକାତା: ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କ ଆଜି ଆହତ ହୋଇଛନ୍ତି। ସୁକାନ୍ତ ମଜୁମଦାର ଆଜି ବିଜେପି କର୍ମୀଙ୍କ ସହ ସନ୍ଦେଶଖାଲିରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୁଲିସ କର୍ମଚାରୀଙ୍କ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ଏଥିରେ ବିଜେପି ମୁଖ୍ୟ ମଜୁମଦାର ଆହତ ହୋଇଛନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା ଶାଜାହାନ ଶେଖ୍ ଓ ତାଙ୍କ ସହଯୋଗୀମାନେ ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ଅତ୍ୟାଚାର କରିଥିବା ଅଭିଯୋଗକୁ ନେଇ ପଶ୍ଚିମବଙ୍ଗରେ […]
କୋଲକାତା: ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କ ଆଜି ଆହତ ହୋଇଛନ୍ତି। ସୁକାନ୍ତ ମଜୁମଦାର ଆଜି ବିଜେପି କର୍ମୀଙ୍କ ସହ ସନ୍ଦେଶଖାଲିରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୁଲିସ କର୍ମଚାରୀଙ୍କ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ଏଥିରେ ବିଜେପି ମୁଖ୍ୟ ମଜୁମଦାର ଆହତ ହୋଇଛନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା ଶାଜାହାନ ଶେଖ୍ ଓ ତାଙ୍କ ସହଯୋଗୀମାନେ ସନ୍ଦେଶଖାଲିରେ ମହିଳାଙ୍କୁ ଯୌନ ଅତ୍ୟାଚାର କରିଥିବା ଅଭିଯୋଗକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଛି। ଆଜି ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ସାମ୍ବାଦିକମାନଙ୍କୁ ଉଦବୋଧନ ଦେବା ସମୟରେ ପୁଲିସ ସହ ଯୁକ୍ତିତର୍କ ବେଳେ ଲୋକସଭା ସାଂସଦ ମଜୁମଦାର ଭାରସାମ୍ୟ ହରାଇ ଏକ କାର୍ର ବନେଟ୍ ଉପରେ ପଡ଼ିଯାଇଥିଲେ। ଭାରତ-ବାଂଲାଦେଶ ସୀମାରେ ଇଚ୍ଛାମତୀ ନଦୀ କୂଳରେ ଥିବା ଟାକିଠାରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟଙ୍କୁ ବଶିରହାଟ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ଏହା ପୂର୍ବରୁ ପଶ୍ଚିମବଙ୍ଗ ପୁଲିସ ସୁକାନ୍ତ ମଜୁମଦାରଙ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଟାକିରେ ଥିବା ଏକ ଗେଷ୍ଟ ହାଉସରୁ ବାହାରିବାରୁ ଅଟକାଇଥିଲା। ବିଜେପି ନେତାଙ୍କୁ ସନ୍ଦେଶଖାଲି ଆଡ଼କୁ ଯିବାରୁ ରୋକିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି।




