ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ, ତୁରନ୍ତ ଶେଖ ଶାହଜାହାନଙ୍କୁ ଗିରଫ କର

ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ,, ତୁରନ୍ତ ଶେଖ ଶାହଜାହାନଙ୍କୁ ଗିରଫ କର କୋଲକାତା : ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଆଜି କାଳକାଟା ହାଇକୋର୍ଟ ଟିଏମସି ସରକାର ଉପରେ ତୀବ୍ର ବର୍ଷିଛନ୍ତି। ଟିଏମସି ସରକାରଙ୍କୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି, , ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗରେ ଅଭିଯୁକ୍ତ ଟିଏମସି ନେତା ଶେଖ ଶାହଜାହାନଙ୍କୁ ତୁରନ୍ତ ଗିରଫ କର। କୋର୍ଟ କହିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ଏହି ମାମଲାରେ ଗତ […]

Samaya Live Picture
Published On

ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ,, ତୁରନ୍ତ ଶେଖ ଶାହଜାହାନଙ୍କୁ ଗିରଫ କର
କୋଲକାତା : ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଆଜି କାଳକାଟା ହାଇକୋର୍ଟ ଟିଏମସି ସରକାର ଉପରେ ତୀବ୍ର ବର୍ଷିଛନ୍ତି। ଟିଏମସି ସରକାରଙ୍କୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି, , ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗରେ ଅଭିଯୁକ୍ତ ଟିଏମସି ନେତା ଶେଖ ଶାହଜାହାନଙ୍କୁ ତୁରନ୍ତ ଗିରଫ କର। କୋର୍ଟ କହିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ଏହି ମାମଲାରେ ଗତ ୪ ବର୍ଷ ପୂର୍ବେ ରାଜ୍ୟ ପୁଲିସରେ ରିପୋର୍ଟ କରାଯାଇଥିଲା। କିନ୍ତୁ ଏହି ମାମଲା ୪୨ଟି ଚାର୍ଜସିଟରେ ପରିଣତ ହେବାପାଇଁ ୪ ବର୍ଷ ଲାଗିଗଲା। କୋର୍ଟ କହିଛନ୍ତି, ଯେ ଯେମିତି ଗିରଫ ଉପରେ ରୋକ ଲଗାଇବାପାଇଁ ଅନ୍ତରୀଣ ରାୟ ଦିଆସରିଛି ସେନେଇ ଏକ ଭୁଲ୍ ଖବର ଦିଆଯାଇଛି। କିନ୍ତୁ ରେକର୍ଡରେ ସେମିତି କିଛି ନାହିଁ। ତେଣୁ ଶେଖ ଶାହଜାହାନଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ଶେଖ ଶାହଜାହାନଙ୍କ ବିରୋଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାପାଇଁ ଖବରକାଗଜ ଗୁଡ଼ିକରେ ନୋଟିସ ଜାରି କରିବାକୁ କୋର୍ଟ ଅଧିକାରୀମାନଙ୍କୁ କହିଛନ୍ତି। ସନ୍ଦେଶଖାଲିରେ ଧାରା ୧୪୪ ଜାରି ହେବା ସତ୍ତ୍ବେ ଅନେକ ସଂଖ୍ୟାରେ ରାଜନେତା ସମ୍ପୃକ୍ତ ଅଞ୍ଚଳକୁ ଯିବା ପ୍ରସଙ୍ଗରେ କୋର୍ଟ କହିଛନ୍ତି. ଲୋକମାନେ ଆନ୍ଦୋଳନ କରୁଥିବାବେଳେ ସେ ସମୟରେ ଶତାଧିକ ଲୋକ ସେହି ସ୍ଥାନକୁ ଯିବାର କୌଣସି ଆବଶ୍ୟକତା ନାହିଁ। ମାର୍ଚ୍ଚ ୪ରେ ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

Tags: