ସନ୍ଦେଶଖାଲି ବିବାଦ, ବେଶ୍ୟାବୃତ୍ତି ରାକେଟରେ ପଶ୍ଚିମବଙ୍ଗ ବିଜେପି ବିଧାୟକ ଗିରଫ
ସନ୍ଦେଶଖାଲି ବିବାଦ, ବେଶ୍ୟାବୃତ୍ତି ରାକେଟରେ ପଶ୍ଚିମବଙ୍ଗ ବିଜେପି ବିଧାୟକ ଗିରଫ ନୂଆଦିଲ୍ଲୀ : ସନ୍ଦେଶଖାଲି ହିଂସାକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ରହିଥିବାବେଳେ ଆଜି ପଶ୍ଚିମବଙ୍ଗ ବିଜେପି ନେତା ସବ୍ୟସାଚି ଘୋଷ ଗିରଫ ହୋଇଛନ୍ତି। ହାଓଡ଼ାରେ ଏକ ବେଶ୍ୟାବୃତ୍ତି ରାକେଟ ଚଳାଇବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ଟିଏମସି ଷ୍ଟ୍ରଙ୍ଗମ୍ୟାନ ଶେଖ ଶାହଜାହାନ ଏବଂ ତାଙ୍କ ସହଯୋଗୀ ମାନଙ୍କ ବିରୋଧରେ ଅଧିକାଂଶ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିବାବେଳେ ଏହି ସମୟରେ ପୁଣି ଜଣେ ପଶ୍ଚିମବଙ୍ଗ ବିଜେପି […]
ସନ୍ଦେଶଖାଲି ବିବାଦ, ବେଶ୍ୟାବୃତ୍ତି ରାକେଟରେ ପଶ୍ଚିମବଙ୍ଗ ବିଜେପି ବିଧାୟକ ଗିରଫ
ନୂଆଦିଲ୍ଲୀ : ସନ୍ଦେଶଖାଲି ହିଂସାକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ରହିଥିବାବେଳେ ଆଜି ପଶ୍ଚିମବଙ୍ଗ ବିଜେପି ନେତା ସବ୍ୟସାଚି ଘୋଷ ଗିରଫ ହୋଇଛନ୍ତି। ହାଓଡ଼ାରେ ଏକ ବେଶ୍ୟାବୃତ୍ତି ରାକେଟ ଚଳାଇବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ଟିଏମସି ଷ୍ଟ୍ରଙ୍ଗମ୍ୟାନ ଶେଖ ଶାହଜାହାନ ଏବଂ ତାଙ୍କ ସହଯୋଗୀ ମାନଙ୍କ ବିରୋଧରେ ଅଧିକାଂଶ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିବାବେଳେ ଏହି ସମୟରେ ପୁଣି ଜଣେ ପଶ୍ଚିମବଙ୍ଗ ବିଜେପି ବିଧାୟକ ବେଶ୍ୟାବୃତ୍ତି ରାକେଟ୍ ଚଳାଇବା ଅଭିଯୋଗରେ ଗିରଫ ହେବା ବିଷୟ ଅତ୍ୟନ୍ତ ଚିନ୍ତାଜନକ। ଉକ୍ତ ପ୍ରସଙ୍ଗରେ ଟିଏମସି ବିଜେପି ଉପରେ ତୀବ୍ର ଆକ୍ରମଣ କରିଛି। ପଶ୍ଚିମବଙ୍ଗ ପୁଲିସ ହାଓଡ଼ାରେ ସବ୍ୟସାଚୀ ଘୋଷଙ୍କ ହୋଟେଲରେ ବେଶ୍ୟାବୃତ୍ତି ରାକେଟ୍ ଚାଲିୀଥିବା ପର୍ଦ୍ଦାଫାସ କରିଛି ବୋଲି ଟିଏମସି ଅଭିଯୋଗ କରିଛି। ହାଓଡ଼ାର ସଙ୍କ୍ରେଲ ସ୍ଥିତ ନିଜ ହୋଟେଲରେ ସବ୍ୟସାଚୀ ଘୋଷ ନିଜ ହୋଟେଲରେ ନାବାଳିକାଙ୍କୁ ନେଇ ଏକ ବେଶ୍ୟାବୃତ୍ତି ରାକେଟ ଚଳାଲଇଛନ୍ତି ବୋଲି ସେ କହିଛନ୍ତି।




