ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ ଦିଲ୍ଲୀରେ ଗିରଫ

ନୂଆଦିଲ୍ଲୀ : ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ ଏବଂ ଅନ୍ୟ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଦ୍ବାରା ଗିରଫ ହୋଇଛି। ଆଇଏସ୍‌ ଆତଙ୍କବାଦୀ ମହମ୍ମଦ ଶାହନୱାଜ ଓରଫ ସାଫି ଉଜ୍ଜମା ଏନଆଇଏର ମୋଷ୍ଟ୍‌ ୱାଣ୍ଟେଡ୍‌ ଲିଷ୍ଟ୍‌ରେ ରହିଥିଲା ଏବଂ ତା‌’ ମୁଣ୍ଡରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଦିଲ୍ଲୀରେ ଏକ ଆଇଏସ୍‌ ନେଟୱର୍କର ପର୍ଦ୍ଦାଫାସ ହେବାପରେ ଶାହନୱାଜ ଗିରଫ ହୋଇଛି। ଏହି ନେଟୱର୍କ ଉତ୍ତର ଭାରତରେ ଆତଙ୍କବାଦୀ ଆକ୍ରମଣ […]

Samaya Live Picture
Published On

ନୂଆଦିଲ୍ଲୀ : ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ ଏବଂ ଅନ୍ୟ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଦ୍ବାରା ଗିରଫ ହୋଇଛି। ଆଇଏସ୍‌ ଆତଙ୍କବାଦୀ ମହମ୍ମଦ ଶାହନୱାଜ ଓରଫ ସାଫି ଉଜ୍ଜମା ଏନଆଇଏର ମୋଷ୍ଟ୍‌ ୱାଣ୍ଟେଡ୍‌ ଲିଷ୍ଟ୍‌ରେ ରହିଥିଲା ଏବଂ ତା‌’ ମୁଣ୍ଡରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଦିଲ୍ଲୀରେ ଏକ ଆଇଏସ୍‌ ନେଟୱର୍କର ପର୍ଦ୍ଦାଫାସ ହେବାପରେ ଶାହନୱାଜ ଗିରଫ ହୋଇଛି। ଏହି ନେଟୱର୍କ ଉତ୍ତର ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା। ଶାହନୱାଜ ଜଣେ ବୃତ୍ତିରେ ଜଣେ ଇଞ୍ଜିନିୟର। ପୁନେ ଆଇଏସ୍‌ ନେଟୱର୍କ ମାମଲାରେ ତାକୁ ପୁଲିସ ଖୋଜୁଥିଲା। ସେ ଦିଲ୍ଲୀ ବାସିନ୍ଦା। ପୂର୍ବରୁ ସେ ପୁନେ ପୁଲିସ ହାତରୁ ଖସି ଯାଇଥିଲେ। ଗିରଫ ହେବା ପୂର୍ବରୁ ସେ ଦିଲ୍ଲୀରେ ଲୁଚି ରହିଥିଲେ।

Tags: