ସନାତନ ଧର୍ମ ଟିପ୍ପଣୀ ପାଇଁ ଉଦୟନିଧି ଷ୍ଟାଲିନ, ପ୍ରିୟଙ୍କ ଖଡ଼ଗେଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ‘ସନାତନ ଧର୍ମ’ ଟିପ୍ପଣୀ ପାଇଁ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେଙ୍କ ପୁଅଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ସନାତନ ଧର୍ମ ଉଚ୍ଛେଦ ହେବା ଉଚିତ ଟିପ୍ପଣୀ ପାଇଁ ଷ୍ଟାଲିନଙ୍କ ବିରୋଧରେ ମାମଲା ରୁଜୁ‌ ହୋଇଛି ଏବଂ ପ୍ରିୟଙ୍କ ଖଡ଼ଗେ ଷ୍ଟାଲିନଙ୍କ ଟିପ୍ପଣୀକୁ ସମର୍ଥନ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶର ସିଭିଲ ଲାଇନ୍ସ ଥାନାରେ ଆଇପିସିର ଧାରା ୨୯୫ଏ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ : ‘ସନାତନ ଧର୍ମ’ ଟିପ୍ପଣୀ ପାଇଁ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେଙ୍କ ପୁଅଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ସନାତନ ଧର୍ମ ଉଚ୍ଛେଦ ହେବା ଉଚିତ ଟିପ୍ପଣୀ ପାଇଁ ଷ୍ଟାଲିନଙ୍କ ବିରୋଧରେ ମାମଲା ରୁଜୁ‌ ହୋଇଛି ଏବଂ ପ୍ରିୟଙ୍କ ଖଡ଼ଗେ ଷ୍ଟାଲିନଙ୍କ ଟିପ୍ପଣୀକୁ ସମର୍ଥନ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶର ସିଭିଲ ଲାଇନ୍ସ ଥାନାରେ ଆଇପିସିର ଧାରା ୨୯୫ଏ ଏବଂ ୧୫୩ ଏ ଅଧୀନରେ ଉଭୟ ଷ୍ଟାଲିନ ଏବଂ ଖଡ଼ଗେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ପୁଲିସ ସ୍ପଷ୍ଟ କରିଛି। ଓକିଲ ହର୍ଷ ଗୁପ୍ତା ଏବଂ ରାମ ସିଂହ ଲୋଧିଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ଷ୍ଟାଲିନଙ୍କ ଟିପ୍ପଣୀ ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ସେମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଗତ ଶନିବାର ଦିନ ତାମିଲନାଡ଼ୁର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସହ ତୁଳନା କରିଥିଲେ। ଷ୍ଟାଲିନଙ୍କ ଏହି ଟିପ୍ପଣୀ ପାଇଁ ବିଜେପି ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

Tags: