ସନାତନ ଧର୍ମ ଟିପ୍ପଣୀ ପାଇଁ ଉଦୟନିିଧି ଷ୍ଟାଲିନ ଏବଂ ଅନ୍ୟ ୧୪ ଜଣଙ୍କୁ ସୁପ୍ରିମକୋର୍ଟ ନୋଟିସ
ନୂଆଦିଲ୍ଲୀ : ସନାତନ ଧର୍ମ ଟିପ୍ପଣୀ ପାଇଁ ତାମିଲନାଡ଼ୁ ସରକାର, ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ଏ ରାଜା ଏବଂ ଅନ୍ୟ ୧୪ ଜଣଙ୍କୁ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। ଉଦୟନିଧିଙ୍କ ସନାତନ ଧର୍ମ ଉଚ୍ଛେଦ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଏତଲା ରୁଜୁ ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଆଧାରରେ ଆଜି କୋର୍ଟ ଏହି ନୋଟିସ୍ କରିଛନ୍ତି। କୋର୍ଟ ତାମିଲନାଡ଼ୁ ସରକାର, ଷ୍ଟାଲିନ, ସିବିଆଇ, ଏ ରାଜା ଏବଂ ଅନ୍ୟ ପକ୍ଷମାନଙ୍କୁ ନୋଟିସ କରିବା ସହ ସେମାନଙ୍କ […]
ନୂଆଦିଲ୍ଲୀ : ସନାତନ ଧର୍ମ ଟିପ୍ପଣୀ ପାଇଁ ତାମିଲନାଡ଼ୁ ସରକାର, ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ଏ ରାଜା ଏବଂ ଅନ୍ୟ ୧୪ ଜଣଙ୍କୁ ସୁପ୍ରିମକୋର୍ଟ ନୋଟିସ୍ କରିଛନ୍ତି। ଉଦୟନିଧିଙ୍କ ସନାତନ ଧର୍ମ ଉଚ୍ଛେଦ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଏତଲା ରୁଜୁ ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଆଧାରରେ ଆଜି କୋର୍ଟ ଏହି ନୋଟିସ୍ କରିଛନ୍ତି। କୋର୍ଟ ତାମିଲନାଡ଼ୁ ସରକାର, ଷ୍ଟାଲିନ, ସିବିଆଇ, ଏ ରାଜା ଏବଂ ଅନ୍ୟ ପକ୍ଷମାନଙ୍କୁ ନୋଟିସ କରିବା ସହ ସେମାନଙ୍କ ଜବାବ ମାଗିଛନ୍ତି। ତେବେ କୋର୍ଟ ଉକ୍ତ ମାମଲାକୁ ଘୃଣା ଭାଷଣ ମାମଲା ସହ ଯୋଡ଼ିନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସେପ୍ଟେମ୍ବର ୨ ତାରିଖରେ ସନାତନ ଧର୍ମକୁ ‘ଡେଙ୍ଗୁ’ ଏବଂ ‘ମ୍ୟାଲେରିଆ’ ସହ ତୁଳନା କରି ବିବାଦ ସୃଷ୍ଟି କରିଥିଲେ। ଉଦୟନିଧି କହିଛନ୍ତି, ସନାତନ ଧର୍ମକୁ କେବଳ ବିରୋଧ କରିବା ଉଚିତ ନୁହେଁ ବରଂ ଏହାକୁ ଉଚ୍ଛେଦ କରାଯିବା ଉଚିତ।




