ସନାତନ ଧର୍ମ ଟିପ୍ପଣୀ ପରେ ବିଜେପିକୁ ‘ ବିଷଧର ସାପ’ କହିଲେ ଷ୍ଟାଲିନ

ନୂଆଦିଲ୍ଲୀ: ‘ସନାତନ ଧର୍ମ’ ଟିପ୍ପଣୀ ପାଇଁ ବିଜେପିଠାରୁ ତୀବ୍ର ସମାଲୋଚନାର ଶିକାର ହେବାପରେ ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଆଜି ଆଉ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଷ୍ଟାଲିନ ବିଜେପିକୁ ‘ବିଷଧର ସାପ’ ସହ ତୁଳନା କରିଛନ୍ତି। ତାମିଲନାଡ଼ୁର ନେଭେଲିରେ ରବିବାର ଦିନ ଡିଏମ୍‌କେ ବିଧାୟକ ସଭା ରାଜେନ୍ଦ୍ରନ ବିବାହ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦୟନିଧି ଏହି ଟିପ୍ପଣୀ ଦେଇଛନ୍ତି। ଉଦୟନିଧି ମଧ୍ୟ ବିରୋଧୀ ଏଆଇଏଡିଏମ୍‌କେକୁ କଡ଼ା‌ ସମାଲୋଚନା କରିଛନ୍ତି। ଷ୍ଟାଲିନ କହିଛନ୍ତି, ଏଆଇଏଡିଏମ୍‌କେ ହେଉଛି […]

Samaya Live Picture
Published On

ନୂଆଦିଲ୍ଲୀ: ‘ସନାତନ ଧର୍ମ’ ଟିପ୍ପଣୀ ପାଇଁ ବିଜେପିଠାରୁ ତୀବ୍ର ସମାଲୋଚନାର ଶିକାର ହେବାପରେ ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଆଜି ଆଉ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଷ୍ଟାଲିନ ବିଜେପିକୁ ‘ବିଷଧର ସାପ’ ସହ ତୁଳନା କରିଛନ୍ତି। ତାମିଲନାଡ଼ୁର ନେଭେଲିରେ ରବିବାର ଦିନ ଡିଏମ୍‌କେ ବିଧାୟକ ସଭା ରାଜେନ୍ଦ୍ରନ ବିବାହ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦୟନିଧି ଏହି ଟିପ୍ପଣୀ ଦେଇଛନ୍ତି। ଉଦୟନିଧି ମଧ୍ୟ ବିରୋଧୀ ଏଆଇଏଡିଏମ୍‌କେକୁ କଡ଼ା‌ ସମାଲୋଚନା କରିଛନ୍ତି। ଷ୍ଟାଲିନ କହିଛନ୍ତି, ଏଆଇଏଡିଏମ୍‌କେ ହେଉଛି ଅଳିଆ ଯାହା ସାପମାନଙ୍କୁ ଆଶ୍ରୟ ଦେଉଛି। ଲୋକସଭା ସାଂସଦ ଏବଂ ଡିଏମ୍‌କେ ସାଧାରଣ ସମ୍ପାଦକ ଏ ରାଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାପ ସହ ତୁଳନା କରିବାପରେ ଉଦୟନିଧି ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଉଦୟନିଧି ଷ୍ଟାଲିନ କହିଛନ୍ତି, ଯଦି ଏକ ବିଷାକ୍ତ ସର୍ପ ଆପଣଙ୍କ ଘରକୁ ପଶିଆସେ ତେବେ ଏହାକୁ କେବଳ ଘରୁ ବାହାର କରିଦେବା ଯଥେଷ୍ଟ ନୁହେଁ ବରଂ ଆପଣଙ୍କ ଘର ନିକଟରେ ଥିବା ଅଳିଆ ଆବର୍ଜନା ଏବଂ ବୁଦା ଆଦି ସଫା ନକଲେ ଏହା ସେଠାରେ ଲୁଚି ରହିବ ଓ ପୁଣିଥରେ ଆପଣଙ୍କ ଘରେ ପଶିବ। ଯଦି ଆମେ ଏହାକୁ ବର୍ତ୍ତମାନର ସ୍ଥିତି ସହ ତୁଳନା କରିବା ଯଥା ତାମିଲନାଡ଼ୁକୁ ମୁଁ ଆମ ଘର ବିବେଚନା କରୁଛି ଏବଂ ବିଜେପିକୁ ବିଷଧର ସାନ ଏବଂ ଏଆଇଏଡିଏମ୍‌କେକୁ ଅଳିଆ ସହ ତୁଳନା କରୁଛି। ତେଣୁ ଆପଣ ଯେପର୍ଯ୍ୟନ୍ତ ଅଳିଆ ସଫା ନକରିଛନ୍ତି ସେପର୍ଯ୍ୟନ୍ତ ଆପଣ ବିଷାକ୍ତ ସାପକୁ ଘଉଡ଼ାଇ ପାରିବେନି । ବିଜେପିକୁ ହଟାଇବାକୁ ହେଲେ ଏଆଇଏଡିଏମ୍‌କେକୁ ମଧ୍ୟ ହଟାଇବାକୁ ହେବ‌ ବୋଲି ସେ କହିଛନ୍ତି ।

Tags: