ସନାତନ ଧର୍ମ ଏଚଆଇଭି, କୁଷ୍ଠରୋଗ ଭଳି କହି ନିଆଁରେ ଘିଅ ଢାଳିଲେ ଡିଏମକେ ମନ୍ତ୍ରୀ ଏ ରାଜା
ନୂଆଦିଲ୍ଲୀ : ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ ଟିପ୍ପଣୀକୁ ନେଇ ବିବାଦ ଥମିନଥିବାବେଳେ ଆଜି ଆଉ ଜଣେ ଡିଏମ୍କେ ମନ୍ତ୍ରୀ ଏବଂ ସାଂସଦ ଏ ରାଜା ସନାତନ ଧର୍ମକୁ ଏଚଆଇଭି ଏବଂ କୁଷ୍ଠେଥରୋଗ ସହ ତୁଳନା କରି ନିଆଁରେ ଘିଅ ଢାଳିଛନ୍ତି। ଏ ରାଜା କହିଛନ୍ତି, ସନାତନ ଧର୍ମକୁ ଏଚଆଇଭି ଏବଂ କୁଷ୍ଠରୋଗ ସହ ତୁଳନା କରାଯିବା ଉଚିତ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ‘ସନାତନ ଏବଂ ବିଶ୍ବକର୍ମା ଯୋଜନା ଭିନ୍ନ […]
ନୂଆଦିଲ୍ଲୀ : ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ ଟିପ୍ପଣୀକୁ ନେଇ ବିବାଦ ଥମିନଥିବାବେଳେ ଆଜି ଆଉ ଜଣେ ଡିଏମ୍କେ ମନ୍ତ୍ରୀ ଏବଂ ସାଂସଦ ଏ ରାଜା ସନାତନ ଧର୍ମକୁ ଏଚଆଇଭି ଏବଂ କୁଷ୍ଠେଥରୋଗ ସହ ତୁଳନା କରି ନିଆଁରେ ଘିଅ ଢାଳିଛନ୍ତି। ଏ ରାଜା କହିଛନ୍ତି, ସନାତନ ଧର୍ମକୁ ଏଚଆଇଭି ଏବଂ କୁଷ୍ଠରୋଗ ସହ ତୁଳନା କରାଯିବା ଉଚିତ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ‘ସନାତନ ଏବଂ ବିଶ୍ବକର୍ମା ଯୋଜନା ଭିନ୍ନ ନୁହେଁ, ଏହା ସମାନ। ଉଦୟନିଧି ଷ୍ଟାଲିନ ଏହାକୁ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମୂଳୋତ୍ପାଟନ କରିବା ଉଚିତ ବୋଲି ଯାହା କହିଥିଲେ ତାହା ବହୁତ କମ୍ ହୋଇଗଲା। ସେ ନରମ ଟିପ୍ପଣୀ ରଖିଛନ୍ତି। କିନ୍ତୁ ଏହି ରୋଗ ଗୁଡ଼ିକର ସାମାଜିକ କଳଙ୍କ ନାହିଁ। ସତ କହିବାକୁ ଗଲେ କୁଷ୍ଠରୋଗ ଏବଂ ଏଚ୍ଆଇଭିକୁ ଘୃଣା ଦୃଷ୍ଟିରେ ଦେଖାଯାଏ। ତେଣୁ ସନାତନକୁ ଆମେ ଏଚ୍ଆଇଭି ଏବଂ କୁଷ୍ଠରୋଗ ଭଳି ସାମାଜିକ କଳଙ୍କ ନଜରରେ ଦେଖିବା ଉଚିତ। ଏ ରାଜା ସନାତନ ଧର୍ମ ଉପରେ ବିତର୍କ କରିବାପାଇଁ ଆହ୍ବାନ ଦେଇଛନ୍ତି। ଏ ରାଜାଜ କହିଛନ୍ତି, ଯାହାକୁ ଆଣ, ମୁଁ ସନାତନ ଧର୍ମ ଉପରେ ବିତର୍କରେ ଭାଗ ନେବାକୁ ପ୍ରସ୍ତୁତ ଅଛି। ଯଦି ପ୍ରଧାନମନ୍ତ୍ରୀ ବୈଠକ ଡାକନ୍ତି ତେବେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସେ ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।




