ସତ୍ୟେନ୍ଦ୍ର ଜୈନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି ହେଲେ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଯାଇଛି। ତାଙ୍କୁ ଆଜି ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଜୈନ ଏବେ ତିହାର ଜେଲ୍‌ରେ ଅଛନ୍ତି। ସେ ନିକଟରେ ବିଷାଦକୁ ଚାଲିଯାଇଥିଲେ ଏବଂ ଏକଲାପଣ ଅନୁଭବ କରୁଥିବା କହିଥିଲେ। ଏଥିପାଇଁ ତିହାର ଜେଲ୍‌ରେ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। […]

Samaya Live Picture
Published On

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଯାଇଛି। ତାଙ୍କୁ ଆଜି ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଜୈନ ଏବେ ତିହାର ଜେଲ୍‌ରେ ଅଛନ୍ତି। ସେ ନିକଟରେ ବିଷାଦକୁ ଚାଲିଯାଇଥିଲେ ଏବଂ ଏକଲାପଣ ଅନୁଭବ କରୁଥିବା କହିଥିଲେ। ଏଥିପାଇଁ ତିହାର ଜେଲ୍‌ରେ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସତ୍ୟେନ୍ଦ୍ର ଜୈନ ଜେଲ୍‌ରେ ରହିବା ସମୟରେ ୩୫ କିଲୋ ଓଜନ ହରାଇ ଦେଇଛନ୍ତି। ତାଙ୍କର ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଠିକ୍‌ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମେ’ ୩୧ରେ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗିରଫ କରିଥିଲା। ସତ୍ୟେନ୍ଦ୍ର ଜୈନ ଦିଲ୍ଲୀର ସ୍ବାସ୍ଥ୍ୟ, ଗୃହ, ଜଳ ଏବଂ ଶକ୍ତି ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ଥିଲେ।

Tags: