ସତ୍ୟେନ୍ଦ୍ର ଜୈନ୍ଙ୍କ ବିରୋଧରେ ମାମଲା ଚଲାଇବାକୁ ରାଷ୍ଟ୍ରପତିଙ୍କ ଅନୁମତି
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ନେତା ସତ୍ୟେନ୍ଦ୍ର ଜୈନ୍ଙ୍କ ବିରୋଧରେ ବିଚାରଣ ଚଲାଇବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମତି ପ୍ରଦାନ କରିଛନ୍ତି। ସତ୍ୟେନ୍ଦ୍ରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ବେଆଇନ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଥିଲା। ଏହି ମାମଲାରେ ସେ ମଇ ୨୦୨୨ରେ ଗିରଫ ହୋଇଥିଲେ ଏବଂ ସମ୍ପ୍ରତି ସେ ଜାମିନରେ ମୁକୁଳିଛନ୍ତି। ବେଆଇନ ସମ୍ପତ୍ତି ଠୁଳ ମାମଲାରେ ସତ୍ୟେନ୍ଦ୍ରଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଓ ସାକ୍ଷ୍ୟ ରହିଥିବା ଦର୍ଶାଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା […]
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ନେତା ସତ୍ୟେନ୍ଦ୍ର ଜୈନ୍ଙ୍କ ବିରୋଧରେ ବିଚାରଣ ଚଲାଇବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମତି ପ୍ରଦାନ କରିଛନ୍ତି।
ସତ୍ୟେନ୍ଦ୍ରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ବେଆଇନ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଥିଲା। ଏହି ମାମଲାରେ ସେ ମଇ ୨୦୨୨ରେ ଗିରଫ ହୋଇଥିଲେ ଏବଂ ସମ୍ପ୍ରତି ସେ ଜାମିନରେ ମୁକୁଳିଛନ୍ତି। ବେଆଇନ ସମ୍ପତ୍ତି ଠୁଳ ମାମଲାରେ ସତ୍ୟେନ୍ଦ୍ରଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଓ ସାକ୍ଷ୍ୟ ରହିଥିବା ଦର୍ଶାଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍)ର ଧାରା ୨୧୮ ଅନୁସାରେ ତାଙ୍କ ବିରୋଧରେ ମାମଲା ଚଳାଇବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଥ୍ୟକୁ ଅନୁଶୀଳନ କରିବା ପରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ବିରୋଧରେ କୋର୍ଟରେ ମାମଲା ଚଳାଇବାକୁ ଅନୁମତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଜୈନ୍ଙ୍କ ବିରୋଧରେ ଅଗଷ୍ଟ ୨୦୧୭ରେ ସିବିଆଇ ଏକ ମାମଲା ରୁଜୁ କରିଥିଲା। ଡିସେମ୍ବର ୨୦୧୮ରେ ସିବିଆଇ ନିଜର ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ୨୦୧୫-୧୬ରେ, ଜୈନ୍ ମନ୍ତ୍ରୀ ଥିବା ବେଳେ ୪ ସେଲ୍ (ଜାଲ୍) କମ୍ପାନୀ ଜରିଆରେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ଅନୁଦାନ ପାଣ୍ଠୀରେ ଜାଲିଆତି କରିଥିଲେ। ଏହି ଟଙ୍କାରେ ସେ ଦିଲ୍ଲୀ ନିକଟରେ ଚାଷ ଜମି କିଣିଥିଲେ। ତାଙ୍କର ମୋଟ ସମ୍ପତ୍ତି ୧.୪୭ କୋଟି ଟଙ୍କା ଯାହା ଆୟ ଆକଳନର ୨୧୭ ଗୁଣ ଅଟେ।




