ସତ୍ୟେନ୍ଦ୍ର ଜୈନଙ୍କ ଚିକିତ୍ସା ପାଇଁ ତିହାର ଜେଲରେ ପହଞ୍ଚିଲେ ଡାକ୍ତର
ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଚିକିତ୍ସା ପାଇଁ ତିହାର ଜେଲରେ ଡାକ୍ତର ପହଞ୍ଚିଛନ୍ତି। ସତ୍ୟେନ୍ଦ୍ର ଜୈନ ବିଷାଦରେ ଥିବା ଏବଂ ନିଃସଙ୍ଗ ଅନୁଭବ କରୁଥିବା କହିବାପରେ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ପହଞ୍ଚିଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସତ୍ୟେନ୍ଦ୍ର ଜୈନ ଲୋକଙ୍କ ଗହଣରେ ରହିବା ଉଚିତ। ଜଣେ ବରିଷ୍ଠ ଜେଲ୍ ଅଧିକାରୀ କହିଛନ୍ତି, ଯଦି ସେ କିମ୍ବା ଅନ୍ୟ କୌଣସି କଏଦୀ ବିଷାଦରେ ପୀଡ଼ିତ ହୁଅନ୍ତି ତେବେ ସେମାନେ ସଠିକ୍ ଧ୍ୟାନ ଦିଅନ୍ତି। […]
ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଚିକିତ୍ସା ପାଇଁ ତିହାର ଜେଲରେ ଡାକ୍ତର ପହଞ୍ଚିଛନ୍ତି। ସତ୍ୟେନ୍ଦ୍ର ଜୈନ ବିଷାଦରେ ଥିବା ଏବଂ ନିଃସଙ୍ଗ ଅନୁଭବ କରୁଥିବା କହିବାପରେ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ପହଞ୍ଚିଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସତ୍ୟେନ୍ଦ୍ର ଜୈନ ଲୋକଙ୍କ ଗହଣରେ ରହିବା ଉଚିତ। ଜଣେ ବରିଷ୍ଠ ଜେଲ୍ ଅଧିକାରୀ କହିଛନ୍ତି, ଯଦି ସେ କିମ୍ବା ଅନ୍ୟ କୌଣସି କଏଦୀ ବିଷାଦରେ ପୀଡ଼ିତ ହୁଅନ୍ତି ତେବେ ସେମାନେ ସଠିକ୍ ଧ୍ୟାନ ଦିଅନ୍ତି। ତେଣୁ ଯଦି ଜୈନ ବିଷାଦରେ ପୀଡ଼ିତ ଅଛନ୍ତି ତେବେ ଆମେ ଅନ୍ୟ ଜଣେ ଚିକିତ୍ସକଙ୍କୁ ଡାକିବୁ ବୋଲି ଜେଲ୍ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସତ୍ୟେନ୍ଦ୍ର ଜୈନଙ୍କ ପ୍ରକୋଷ୍ଠକୁ ୨ ଜଣ କଏଦୀଙ୍କୁ ପଠାଇବାରୁ ତିହାର ଜେଲ୍ ଏସପିଙ୍କୁ ଜେଲ୍ ପ୍ରଶାସନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ମେ’ ୩୧, ୨୦୨୨ରେ ଗିରଫ ହୋଇଥିଲେ।




