ସଚିନ ପାଇଲଟ, ସାରା ଅବଦୁଲ୍ଲାଙ୍କ ବିବାହ ବିଚ୍ଛେଦ ହୋଇସାରିଛି
ନୂଆଦିଲ୍ଲୀ : ବିବାହର ପାଖାପାଖି ୨ ଦଶନ୍ଧି ପରେ କଂଗ୍ରେସ ନେତା ସଚିନ ପାଇଲଟ ଏବଂ ତାଙ୍କ ପତ୍ନୀ ସାରା ଅବଦୁଲ୍ଲାଙ୍କର ବିବାହ ବିଚ୍ଛେଦ ହୋଇଛି। ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପାଇଲଟ୍ ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠରୁ ଏହା ଜଣାପଡ଼ିଛି। ପାଇଲଟ ପ୍ରଥମ ଥର ପାଇଁ ସାରା ଅବଦୁଲ୍ଲାଙ୍କଠାରୁ ଅଲଗା ହୋଇଥିବା ପ୍ରକାଶ କରିଛନ୍ତି। ସାରା ଅବଦୁଲ୍ଲା ହେଉଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏନ୍ସି (ନେସନାଲ କନଫରେନ୍ସ) ନେତା ଫାରୁକ ଅବଦୁଲ୍ଲାଙ୍କ […]
ନୂଆଦିଲ୍ଲୀ : ବିବାହର ପାଖାପାଖି ୨ ଦଶନ୍ଧି ପରେ କଂଗ୍ରେସ ନେତା ସଚିନ ପାଇଲଟ ଏବଂ ତାଙ୍କ ପତ୍ନୀ ସାରା ଅବଦୁଲ୍ଲାଙ୍କର ବିବାହ ବିଚ୍ଛେଦ ହୋଇଛି। ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପାଇଲଟ୍ ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠରୁ ଏହା ଜଣାପଡ଼ିଛି। ପାଇଲଟ ପ୍ରଥମ ଥର ପାଇଁ ସାରା ଅବଦୁଲ୍ଲାଙ୍କଠାରୁ ଅଲଗା ହୋଇଥିବା ପ୍ରକାଶ କରିଛନ୍ତି। ସାରା ଅବଦୁଲ୍ଲା ହେଉଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏନ୍ସି (ନେସନାଲ କନଫରେନ୍ସ) ନେତା ଫାରୁକ ଅବଦୁଲ୍ଲାଙ୍କ ଝିଅ। ସଚିନ ପାଇଲଟ ଏବଂ ସାରା ଅବଦୁଲ୍ଲା ୨୦୦୪ରେ ବିବାହ କରିଥିଲେ। ସେମାନଙ୍କର ୨ ପୁଅ ଆରନ ଏବଂ ବେହାନ। ତାଙ୍କ ସତ୍ୟପାଠରେ ପାଇଲଟ୍ ତାଙ୍କ ୨ ପୁଅଙ୍କୁ ତାଙ୍କ ଆଶ୍ରିତ ବୋଲି ଦର୍ଶାଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ପାଇଲଟଙ୍କ ସମ୍ପତ୍ତି ଦ୍ବିଗୁଣା ହୋଇଥିବା ତାଙ୍କ ସତ୍ୟପାଠରୁ ଜଣାପଡ଼ିଛି।




