ସକ୍ରିୟ ସଂକ୍ରମଣ ୫୭,୪୧୦
ନୂଆଦିଲ୍ଲୀ,୨୭/୪ : ଦେଶରେ ଗତ ୨୪ ଘଣ୍ଟାରେ ୯,୩୫୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସକ୍ରିୟ ସଂକ୍ରମଣ ୫୭,୪୧୦କୁ କମିଯାଇଛି। ଗତ ୨୪ ଘଣ୍ଟାରେ ୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୪୨୪ରେ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ ହାର ୪.୦୮ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୫.୩୬ ପ୍ରତିଶତ। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟି। ସକ୍ରିୟ ସଂକ୍ରମଣ ମୋଟ୍ ସଂକ୍ରମଣ ମାମଲାର ୦.୧୩ ପ୍ରତିଶତ। […]
ନୂଆଦିଲ୍ଲୀ,୨୭/୪ : ଦେଶରେ ଗତ ୨୪ ଘଣ୍ଟାରେ ୯,୩୫୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସକ୍ରିୟ ସଂକ୍ରମଣ ୫୭,୪୧୦କୁ କମିଯାଇଛି। ଗତ ୨୪ ଘଣ୍ଟାରେ ୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୧,୪୨୪ରେ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ ହାର ୪.୦୮ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୫.୩୬ ପ୍ରତିଶତ। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟି। ସକ୍ରିୟ ସଂକ୍ରମଣ ମୋଟ୍ ସଂକ୍ରମଣ ମାମଲାର ୦.୧୩ ପ୍ରତିଶତ। ମୋଟ୍ ୪,୪୩,୩୫,୯୭୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୧୮ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ୯୮.୬୯ ପ୍ରତିଶତ। ଦିଲ୍ଲୀରେ ଏବେ ପ୍ରତି ୭ ମୃତ୍ୟୁରୁ ୩ଟି ମୃତ୍ୟୁ କରୋନା ଯୋଗୁଁ ହେଉଛି। ଦିଲ୍ଲୀରେ ସକ୍ରିୟ ମାମଲା ୪,୭୦୮। ଦିଲ୍ଲୀରେ ପଜିଟିଭ ହାର ୨୧.୧୬ ପ୍ରତିଶତ। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧,୦୪୦ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି।




