ସକ୍ରିୟ ସଂକ୍ରମଣ ୨୧ ହଜାର ଟପିଲା
ନୂଆଦିଲ୍ଲୀ : ଦେଶରେ ଆଜି ୩,୦୩୮ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ସଂକ୍ରଣ ୨୧,୧୭୯ ରହିଛି। ସକ୍ରିୟ ସଂକ୍ରମଣ ଚିନ୍ତା ବଢ଼ାଉଛି। ଗତ ୨୪ ଘଣ୍ଟାରେ ୯ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୯୦୧ରେ ପହଞ୍ଚିଛି। ଦିଲ୍ଲୀ ଏବଂ ପଂଜାବରେ ୨ ଟି ଲେଖାଏଁ କରୋନା ମୃତ୍ୟୁ ହୋଇଥିବାବେଳେ ଜମ୍ମୁ କାଶ୍ମୀର, ମହାରାଷ୍ଟ୍ର, ଉତ୍ତରାଖଣ୍ଡରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବ […]
ନୂଆଦିଲ୍ଲୀ : ଦେଶରେ ଆଜି ୩,୦୩୮ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ସଂକ୍ରଣ ୨୧,୧୭୯ ରହିଛି। ସକ୍ରିୟ ସଂକ୍ରମଣ ଚିନ୍ତା ବଢ଼ାଉଛି। ଗତ ୨୪ ଘଣ୍ଟାରେ ୯ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୯୦୧ରେ ପହଞ୍ଚିଛି। ଦିଲ୍ଲୀ ଏବଂ ପଂଜାବରେ ୨ ଟି ଲେଖାଏଁ କରୋନା ମୃତ୍ୟୁ ହୋଇଥିବାବେଳେ ଜମ୍ମୁ କାଶ୍ମୀର, ମହାରାଷ୍ଟ୍ର, ଉତ୍ତରାଖଣ୍ଡରେ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବ ୨ଟି ମୃତ୍ୟୁକୁ ଏହାର ନୂଆ ତଥ୍ୟରେ ଯୋଡ଼ିଛି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୨୯,୨୮୪। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୫ ପ୍ରତିଶତ। ଅନ୍ୟପକ୍ଷେ କରୋନା ଆରୋଗ୍ୟ ହାର ୯୮.୭୬ ପ୍ରତିଶତ। ମୋଟ୍ ୪,୪୧,୭୭,୨୦୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୧୯ ପ୍ରତିଶତ।




