ସକ୍ରିୟ ରାଜନୀତିରେ ଯୋଗ ଦେଲେ ସୁଷମା ସ୍ବରାଜଙ୍କ ଝିଅ ବଂସୁରୀ

ନୂଆଦିଲ୍ଲୀ, ୨୭/୩: ପୂର୍ବତନ ବିଦେଶ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବଂସୁରୀ ସ୍ବରାଜ ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି। ବଂସୁରୀଙ୍କୁ ଦିଲ୍ଲୀ ବିଜେପି ଲିଗାଲ୍‌ ସେଲ୍‌ର ସହ ସଂଯୋଜିକା ନିଯୁକ୍ତ କରାଯାଇଛି। ବଂସୁରୀ ସ୍ବରାଜ ଜଣେ ଆଇନଜୀବୀ। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ଦିଲ୍ଲୀ ସଭାପତି ଭାବେ ଦାୟିତ୍ବ ନେବାପରେ ପ୍ରଥମେ ବଂସୁରୀଙ୍କୁ ନିଯୁକ୍ତି ଦେଇଛନ୍ତି। ସ‌ଚଦେବ କହିଛନ୍ତି ବିଜେପିକୁ ଆହୁରି ଅଧିକ ସୁଦୃଢ଼ କରିବାରେ ବଂସୁରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ବଂସୁରୀ ସ୍ବରାଜ […]

Samaya Live Picture
Published On

ନୂଆଦିଲ୍ଲୀ, ୨୭/୩: ପୂର୍ବତନ ବିଦେଶ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବଂସୁରୀ ସ୍ବରାଜ ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି। ବଂସୁରୀଙ୍କୁ ଦିଲ୍ଲୀ ବିଜେପି ଲିଗାଲ୍‌ ସେଲ୍‌ର ସହ ସଂଯୋଜିକା ନିଯୁକ୍ତ କରାଯାଇଛି। ବଂସୁରୀ ସ୍ବରାଜ ଜଣେ ଆଇନଜୀବୀ। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ଦିଲ୍ଲୀ ସଭାପତି ଭାବେ ଦାୟିତ୍ବ ନେବାପରେ ପ୍ରଥମେ ବଂସୁରୀଙ୍କୁ ନିଯୁକ୍ତି ଦେଇଛନ୍ତି। ସ‌ଚଦେବ କହିଛନ୍ତି ବିଜେପିକୁ ଆହୁରି ଅଧିକ ସୁଦୃଢ଼ କରିବାରେ ବଂସୁରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ବଂସୁରୀ ସ୍ବରାଜ ତାଙ୍କ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ବରିଷ୍ଠ ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏକ ଟ୍ବିଟ୍‌ କରି ବଂସୁରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ ଜୀ, ଜେପି ନଡ୍ଡା ଜୀ, ବିଏଲ୍‌ ସନ୍ତୋଷ, ବୀରେନ୍ଦ୍ର ସଚଦେବଙ୍କ ପାଖରେ ମୁଁ କୃତଜ୍ଞ। ବଂସୁରୀ ଏବେ ସୁପ୍ରିମକୋର୍ଟରେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟରତ। ୨୦୦୭ରୁ ସେ ଦିଲ୍ଲୀ ବାର୍ କାଉନିଲ୍‌ରେ ଯୋଗ ଦେଇଥିଲେ। ଆଇନ ବୃତ୍ତି‌ରେ ତାଙ୍କର ୧୬ ବର୍ଷର ଅଭିଜ୍ଞତା ଅଛି।

Tags: