ସଂସଦ ସୁରକ୍ଷା ଭଙ୍ଗ ସହ ଜଡ଼ିତ ଅଭିଯୁକ୍ତ – ‘ ରିକ୍ସା ଡ୍ରାଇଭରରୁ ଇଞ୍ଜିନିୟର’
ନୂଆଦିଲ୍ଲୀ : ବୁଧବାର ଦିନ ସଂସଦରେ ହୋଇଥିବା ସୁରକ୍ଷା ଭଙ୍ଗ ସହ ଜଡ଼ିତ ଅଭିଯୁକ୍ତମାନେ ସମାଜର ବିଭିନ୍ନ ଶ୍ରେଣୀରୁ ଆସିଛନ୍ତି ଏବଂ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ ପ୍ରକାରର। ସମସ୍ତଙ୍କ ବୟସ ୨୦ରୁ ୩୦ ମଧ୍ୟରେ। ଅଭିଯୁକ୍ତମାନଙ୍କ ନାଁ ହେଉଛି ସାଗର ଶର୍ମା, ନିଲମ ଆଜାଦ, ମନୋରଂଜନ ଡି, ଅମୋଲ ସିନ୍ଦେ, ଭିକି ଶର୍ମା ଏବଂ ଲଳିତ ଝା। ସମସ୍ତ ସଦସ୍ୟମାନେ ଏକ ସୋସିଆଲ ମିଡିଆ ପେଜ୍,‘ ଭଗତ ସିଂହ ଫ୍ୟାନ କ୍ଲବ୍’ର ସଦସ୍ୟ। ସେମାନଙ୍କ […]
ନୂଆଦିଲ୍ଲୀ : ବୁଧବାର ଦିନ ସଂସଦରେ ହୋଇଥିବା ସୁରକ୍ଷା ଭଙ୍ଗ ସହ ଜଡ଼ିତ ଅଭିଯୁକ୍ତମାନେ ସମାଜର ବିଭିନ୍ନ ଶ୍ରେଣୀରୁ ଆସିଛନ୍ତି ଏବଂ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ ପ୍ରକାରର। ସମସ୍ତଙ୍କ ବୟସ ୨୦ରୁ ୩୦ ମଧ୍ୟରେ। ଅଭିଯୁକ୍ତମାନଙ୍କ ନାଁ ହେଉଛି ସାଗର ଶର୍ମା, ନିଲମ ଆଜାଦ, ମନୋରଂଜନ ଡି, ଅମୋଲ ସିନ୍ଦେ, ଭିକି ଶର୍ମା ଏବଂ ଲଳିତ ଝା। ସମସ୍ତ ସଦସ୍ୟମାନେ ଏକ ସୋସିଆଲ ମିଡିଆ ପେଜ୍,‘ ଭଗତ ସିଂହ ଫ୍ୟାନ କ୍ଲବ୍’ର ସଦସ୍ୟ। ସେମାନଙ୍କ ମଧ୍ୟରୁ ୨ ଜଣ ତଥା ନିଲମ ଆଜାଦ ଏବଂ ଅମୋଲ ସିନ୍ଦେ ସେମାନଙ୍କ ମନ ପସନ୍ଦର ଚାକିରି ପାଇପାରିନାହାନ୍ତି। ଅଭିଯୁକ୍ତମାନେ ପୁଲିସକୁ କହିଛନ୍ତି ଯେ ସେମାନେ ବେକାରୀ ସମସ୍ୟା, ଦରବୃଦ୍ଧି ଏବଂ ମଣିପୁର ହିଂସା ପ୍ରସଙ୍ଗକୁ ହାଇଲାଇଟ୍ କରିବାପାଇଁ ସଂସଦ ମଧ୍ୟକୁ ଧସେଇ ପଶିଥିଲେ। ଭିଜିଟର୍ସ ଗ୍ୟା ଲେରିରୁ ଲୋକସଭା ଚ୍ୟାମ୍ବରକୁ ଡେଇଁଥିବା ୨ ଜଣ ଉପଦ୍ରବକାରୀଙ୍କ ମଧ୍ୟରୁ ଜଣେ ହେଉଛି ରିକ୍ସା ଡ୍ରାଇଭର। ୨୭ ବର୍ଷୀୟ ରିକ୍ସା ଡ୍ରାଇଭର ସାଗର ଶର୍ମାର ଘର ଦିଲ୍ଲୀରେ। ସେ ଲକ୍ଷ୍ନୌରେ ନିଜ ବାପା ମା’ଙ୍କ ସହ ରହୁଛି। ଅନ୍ୟଜଣେ ଅଭିଯୁକ୍ତର ନାଁ ମନୋରଂଜନ ଡି। ସେ କମ୍ପୁଟର ଇଞ୍ଜିନିୟରିଂରେ ବ୍ୟାଚେଲର ଡିଗ୍ରି ହାସଲ କରିଛି। ଅନ୍ୟ ଜଣେ ହେଉଛି ନିଲମ ଆଜାଦ। ସେ ଏମଫିଲ ଡିଗ୍ରି କରିଛି। ଏନ୍ଇଟିରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛି। ୩୭ ବର୍ଷୀୟ ନିଲମ ସଂସଦ ବାହାରେ ନାଲି ଏବଂ ହଳଦି ରଙ୍ଗର ଧୁଆଁ ଛାଡ଼ିଥିଲା। ଅନ୍ୟ ଜଣେ ଅଭିଯୁକ୍ତ ହେଉଛି ଅମୋଲ ସିନ୍ଦେ। ସେ ସେନାରେ ଚାକିରି କରିବାପାଇଁ ଆଶାୟୀ।




