ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଷଷ୍ଠ ଅଭିଯୁକ୍ତ ମହେଶ କୁମାୱତ ଗିରଫ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଷଷ୍ଠ ଅଭିଯୁକ୍ତ ମହେଶ କୁମାୱତ ଆଜି ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଛି। ସମଗ୍ର ଷଡ଼ଯନ୍ତ୍ରର ସେ ମଧ୍ୟ ଏକ ଅଂଶ। ଘଣ୍ଟା ଘଣ୍ଟା ଧରି ଜେରା କରିବାପରେ ମହେଶ କୁମାୱତକୁ ଗିରଫ କରାଯାଇଛି। ରାଜସ୍ଥାନର ନାଗୌର ଜିଲ୍ଲା ବାସିନ୍ଦା ମହେଶ ଡିସେମ୍ବର ୧୩ରେ ଦିଲ୍ଲୀ ଆସିଥିଲା। ମହେଶ ମଧ୍ୟ ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲଳିତ ଝା ସହ ମିଶି ପ୍ରଥରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ […]

Samaya Live Picture
Published On

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଷଷ୍ଠ ଅଭିଯୁକ୍ତ ମହେଶ କୁମାୱତ ଆଜି ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଛି। ସମଗ୍ର ଷଡ଼ଯନ୍ତ୍ରର ସେ ମଧ୍ୟ ଏକ ଅଂଶ। ଘଣ୍ଟା ଘଣ୍ଟା ଧରି ଜେରା କରିବାପରେ ମହେଶ କୁମାୱତକୁ ଗିରଫ କରାଯାଇଛି। ରାଜସ୍ଥାନର ନାଗୌର ଜିଲ୍ଲା ବାସିନ୍ଦା ମହେଶ ଡିସେମ୍ବର ୧୩ରେ ଦିଲ୍ଲୀ ଆସିଥିଲା। ମହେଶ ମଧ୍ୟ ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲଳିତ ଝା ସହ ମିଶି ପ୍ରଥରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ନଷ୍ଟ କରିଦେଇଛି। ମହେଶ ମଧ୍ୟ ନିଲମ ଦେବି ସହ ଲଗାତାର ଯୋଗାଯୋଗରେ ରହିଥିଲା। ସେ ସଂସଦ ବାହାରେ ଆନ୍ଦୋଳନ କରି ଗିରଫ ହୋଇଥିଲା। ଉଭୟ ଲଳିତ ଏବଂ ମହେଶ ଏକାଠି ନୂଆଦିଲ୍ଲୀ ଅଞ୍ଚଳ ସ୍ଥିତ ଥାନାରେ ଆତ୍ମସମର୍ପଣ କରିଥିଲେ। ଶୁକ୍ରବାର ଦିନ ଲଳିତକୁ ଗିରଫ କରାଯାଇଥିବା ରେକର୍ଡ କରାଯାଇଛି। ମହେଶର ସମ୍ପର୍କୀୟ କୈଳାଶକୁ ମଧ୍ୟ ଜେରା କରାଯାଉଛି। କିନ୍ତୁ ପୁଲିସ ଏଯାବତ ତାକୁ ଗିରଫ କରିପାରିନି।

Tags: