ସଂସଦ ଭବନ ଉଦ୍‌ଘାଟନ ଦିନ ଲଞ୍ଚ୍‌ ହେବ ୭୫ ଟଙ୍କିଆ କଏନ୍‌

ନୂଆଦିଲ୍ଲୀ : ସଂସଦ ଭବନ ଉଦ୍‌ଘାଟନକୁ ସ୍ମରଣୀୟ କରିବାପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆସନ୍ତା କାଲି ନୂଆ‌ ୭୫ ଟଙ୍କିଆ କଏନ ଲଞ୍ଚ୍‌ କରିବେ। ୭୫ ବର୍ଷର ସ୍ବାଧୀନତାକୁ ମଧ୍ୟ ସମ୍ମାନ ଜଣାଇ ଏହି କଏନ ଲଞ୍ଚ୍‌ ହୋଇଛି। କଏନର ଗୋଟିଏ ପାର୍ଶ୍ବରେ ଅଶୋକ ସ୍ତମ୍ଭର ଲାୟନ କ୍ୟାପିଟାଲ ଥିବାବେଳେ ଏହା ତଳକୁ ଲେଖାଅଛି ‘ସତ୍ୟମେବ ଜୟତେ’। ବାମ ପାର୍ଶ୍ବରେ ଲେଖା ଅଛି ‘ଭାରତ ମାତା କି ଜୟ’। ସେହିପରି ଡାହାଣ ପାର୍ଶ୍ବରେ ‘ଇଣ୍ଡିଆ’ ଲେଖା ହୋଇଛି। […]

Samaya Live Picture
Published On

ନୂଆଦିଲ୍ଲୀ : ସଂସଦ ଭବନ ଉଦ୍‌ଘାଟନକୁ ସ୍ମରଣୀୟ କରିବାପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆସନ୍ତା କାଲି ନୂଆ‌ ୭୫ ଟଙ୍କିଆ କଏନ ଲଞ୍ଚ୍‌ କରିବେ। ୭୫ ବର୍ଷର ସ୍ବାଧୀନତାକୁ ମଧ୍ୟ ସମ୍ମାନ ଜଣାଇ ଏହି କଏନ ଲଞ୍ଚ୍‌ ହୋଇଛି। କଏନର ଗୋଟିଏ ପାର୍ଶ୍ବରେ ଅଶୋକ ସ୍ତମ୍ଭର ଲାୟନ କ୍ୟାପିଟାଲ ଥିବାବେଳେ ଏହା ତଳକୁ ଲେଖାଅଛି ‘ସତ୍ୟମେବ ଜୟତେ’। ବାମ ପାର୍ଶ୍ବରେ ଲେଖା ଅଛି ‘ଭାରତ ମାତା କି ଜୟ’। ସେହିପରି ଡାହାଣ ପାର୍ଶ୍ବରେ ‘ଇଣ୍ଡିଆ’ ଲେଖା ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ନୂଆ ସଂସଦ ଭବନ ଉଦ୍‌ଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ।

Tags: