ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବେ ୧୯ ବିରୋଧୀ ଦଳ
ନୂଆଦିଲ୍ଲୀ : କଂଗ୍ରେସ, ଆପ୍, ଶିବସେନା, ଟିଏମ୍ସି ଏବଂ ଜେଡିୟୁ ସମେତ ମୋଟ୍ ୧୯ଟି ବିରୋଧୀ ଦଳ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବେ। ବିରୋଧୀ ଦଳ ଗୁଡ଼ିକ ଆଜି ଏକ ମିଳିତ ବିବୃତି ଜାରି କରି ଏହା ଘୋଷଣା କରିଛନ୍ତି ଯେ ସେମାନେ ମେ’ ୨୮ ତାରିଖରେ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେନି। ବିରୋଧୀ ଦଳ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଉଦ୍ଘାଟନ କରିବାକୁ ବିରୋଧ କରିଛନ୍ତି। […]
ନୂଆଦିଲ୍ଲୀ : କଂଗ୍ରେସ, ଆପ୍, ଶିବସେନା, ଟିଏମ୍ସି ଏବଂ ଜେଡିୟୁ ସମେତ ମୋଟ୍ ୧୯ଟି ବିରୋଧୀ ଦଳ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବେ। ବିରୋଧୀ ଦଳ ଗୁଡ଼ିକ ଆଜି ଏକ ମିଳିତ ବିବୃତି ଜାରି କରି ଏହା ଘୋଷଣା କରିଛନ୍ତି ଯେ ସେମାନେ ମେ’ ୨୮ ତାରିଖରେ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେନି। ବିରୋଧୀ ଦଳ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଉଦ୍ଘାଟନ କରିବାକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ରାଷ୍ଟ୍ରପତି ସଂସଦ ଭବନ ଉଦ୍ଘାଟନ କରିବା ଉଚିତ। ଉକ୍ତ ପ୍ରସଙ୍ଗକୁ ନେଇ ଏବେ ଜୋରଦାର ରାଜନୀତି ଚାଲିଛି। ବିଜେପି କହିଛି କଂଗ୍ରେସ ଏବଂ ଅନ୍ୟ ଦଳମାନେ ଅତି ଶସ୍ତା ରାଜନୀତି କରୁଛନ୍ତି। କଂଗ୍ରେସ, ଡିଏମ୍କେ, ଆପ୍, ଟିଏମ୍ସି, ଶିବସେନା (ୟୁବିଟି), ସମାଜବାଦୀ ପାର୍ଟି (ଏସ୍ପି), ସିପିଆଇ, ଜେଏମଏମ, ଜେଡିୟୁ, ଆରଜେଡି, ଏନ୍ସି (ନେସନାଲ କନଫନରେନ୍ସ, ସିପିଆଇଏମ୍ ସମେତ ମୋଟ୍ ୧୯ଟି ଦଳ ଏହି କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି।




