ସଂସଦ ଭବନ ଉଦ୍ଘାଟନ କଲେ ମୋଦୀ
ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଭବନ ଉଦ୍ଘାଟନ କରିଛନ୍ତି। ମୋଦୀ ଆଜି ସକାଳ ୭.୩୦ରେ ନୂଆ ସଂସଦ ଭବନରେ ପହଞ୍ଚିଥିଲେ। ଏହାପରେ ସେ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପୁଜାରେ ବସିଥିଲେ। ପୁଜା ଶେଷ ହେବାପରେ ମୋଦୀ ଐତିହାସିକ ରାଜଦଣ୍ଡ ସେଙ୍ଗୋଲ ପାଖରେ ମୁଣ୍ଡିଆ ମାରିଥିଲେ। ମୋଦୀ ଅଧୀନମ ସନ୍ଥଙ୍କ ଠାରୁ ସେଙ୍ଗୋଲ ଗ୍ରହଣ କରିଥିଲେ ଏବଂ ସେମାନଙ୍କ ଆର୍ଶୀବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ଏହାପରେ ଐତିହାସିକ ରାଜଦଣ୍ଡ ଧରି ଲୋକସଭା ଯାଇଥିଲେ […]
ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଭବନ ଉଦ୍ଘାଟନ କରିଛନ୍ତି। ମୋଦୀ ଆଜି ସକାଳ ୭.୩୦ରେ ନୂଆ ସଂସଦ ଭବନରେ ପହଞ୍ଚିଥିଲେ। ଏହାପରେ ସେ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପୁଜାରେ ବସିଥିଲେ। ପୁଜା ଶେଷ ହେବାପରେ ମୋଦୀ ଐତିହାସିକ ରାଜଦଣ୍ଡ ସେଙ୍ଗୋଲ ପାଖରେ ମୁଣ୍ଡିଆ ମାରିଥିଲେ। ମୋଦୀ ଅଧୀନମ ସନ୍ଥଙ୍କ ଠାରୁ ସେଙ୍ଗୋଲ ଗ୍ରହଣ କରିଥିଲେ ଏବଂ ସେମାନଙ୍କ ଆର୍ଶୀବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ଏହାପରେ ଐତିହାସିକ ରାଜଦଣ୍ଡ ଧରି ଲୋକସଭା ଯାଇଥିଲେ ଏବଂ ବାଚସ୍ପତିଙ୍କ ଚେୟାର ନିକଟରେ ଏହାକୁ ଅବସ୍ଥାପିତ କରିଥିଲେ। ପ୍ରଧାନମନ୍ତ୍ରୀ ଏହାପରେ ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଶ୍ରମଜୀବୀମାନଙ୍କୁ ସମ୍ମାନିତ କରିଥିଲେ। ଏହାପରେ ବିିଭିନ୍ନ ଧର୍ମର ପ୍ରତିନିଧିମାନେ ସର୍ବ-ଧର୍ମ ପ୍ରାର୍ଥନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପୁରୁଣା ସଂସଦ ଭବନ ୧୯୨୭ରେ ନିର୍ମାଣ ହୋଇଥିଲା। ଏବେ ଏହା ୯୬ ବର୍ଷରେ ପହଞ୍ଚିଛି। କିନ୍ତୁ ବର୍ତ୍ତମାନର ଆବଶ୍ୟକତା ଦୃଷ୍ଟିରୁ ନୂଆ ସଂସଦ ଭବନ ଦରକାର ଥିଲା। ନୂଆ ସଂସଦ ଭବନରେ ଲୋକସଭାରେ ଆରାମରେ ୮୮୮ ସଦସ୍ୟ ବସିପାରିବେ। ରାଜ୍ୟସଭାରେ ୩୦୦ ସଦସ୍ୟ ବସିପାରିବେ। ଜଏଣ୍ଟ ସିଟିଂ ପାଇଁ ଲୋକସଭାରେ ୧୨୮୦ ସାଂସଦ ମଧ୍ୟ ବସିପାରିବେ।




