ସଂସଦ ଭବନ ଉଦ୍‌ଘାଟନରେ ଯୋଗ ଦେବେ ୧୫ ଦଳ

ନୂଆଦିଲ୍ଲୀ : ସଂସଦ ଭବନ ଉଦ୍‌ଘାଟନକୁ ନେଇ ବିବାଦ ବଢ଼ିଥିବାବେଳେ ୧୫ଟି ଦଳ ଏବଂ ଅଧିକାଂଶ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟର ଦଳ ଗୁଡ଼ିକ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ‌ଦେବେ। ବିଜେପି, ଶିବସେନା (ଏକନାଥ ସିନ୍ଦେ ମେଣ୍ଟ), ଏନ୍‌ପିପି (ନେସନାଲ ପିପୁଲ୍ସ ପାର୍ଟି), ଏନ୍‌ଡିପିପି (ନେସନାଲିଷ୍ଟ ଡିମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି), ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍‌), ଆର୍‌ଏଲଜେପି (ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି), ଆପ୍‌ନା ଦଳ, ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ, ତାମିଲ ମାନିଲା କଂଗ୍ରେସ, ଏଆଇଏଡିଏମ୍‌କେ, […]

Samaya Live Picture
Published On

ନୂଆଦିଲ୍ଲୀ : ସଂସଦ ଭବନ ଉଦ୍‌ଘାଟନକୁ ନେଇ ବିବାଦ ବଢ଼ିଥିବାବେଳେ ୧୫ଟି ଦଳ ଏବଂ ଅଧିକାଂଶ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟର ଦଳ ଗୁଡ଼ିକ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ‌ଦେବେ। ବିଜେପି, ଶିବସେନା (ଏକନାଥ ସିନ୍ଦେ ମେଣ୍ଟ), ଏନ୍‌ପିପି (ନେସନାଲ ପିପୁଲ୍ସ ପାର୍ଟି), ଏନ୍‌ଡିପିପି (ନେସନାଲିଷ୍ଟ ଡିମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି), ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍‌), ଆର୍‌ଏଲଜେପି (ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି), ଆପ୍‌ନା ଦଳ, ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ, ତାମିଲ ମାନିଲା କଂଗ୍ରେସ, ଏଆଇଏଡିଏମ୍‌କେ, ଏଜେଏସ୍‌ୟୁ, ଏମଏନଏଫ, ୱାଇଏସ୍‌ଆରସିପି, ‌ଟିଡିପି, ସ୍ୟାଡ୍ ଏବଂ ବିଜେଡି ଦଳ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ। କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ଏହି ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରି‌ବେ। ଗତକାଲି ୧୯ଟି ବିରୋଧୀ ଦଳ ଏକ ବିବୃତି ଜାରି କରି ଏହି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ସଂସଦ ଭବନ ଉଦ୍‌ଘାଟନ କରୁଥିବାରୁ ସେମାନେ ଏହି ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେନି ବୋଲି କହିଛନ୍ତି।

Tags: