ସଂସଦ ଆକ୍ରମଣକୁ ୨୨ ବର୍ଷ ପୂର୍ତ୍ତି ଦିନ ସଂସଦରେ ବ୍ୟାପକ ସୁରକ୍ଷା ତ୍ରୁଟି, ୪ ଅଟକ, ଲୋକସଭାରେ ଧୂଆଁ

ନୂଆଦିଲ୍ଲୀ : ୨୦୦୧ ସଂସଦ ଆକ୍ରମଣକୁ ଆଜି ୨୨ ବର୍ଷ ପୂର୍ତ୍ତି। ଏହି ଦିନ ଆଜି ପୁଣିଥରେ ସଂସଦରେ ବ୍ୟାପକ ସୁରକ୍ଷା ଭଙ୍ଗ ହୋଇଛି। ସଂସଦରେ ପ୍ରଶ୍ନ କାଳ ସମୟରେ ବ୍ୟାପକ ସୁରକ୍ଷା ତ୍ରୁଟି ଉପୁଜିଛି। ୨ ଜଣ ବ୍ୟକ୍ତିଙ୍କୁ ଆଜି ଲୋକସଭା ଚ୍ୟାମ୍ବରରୁ ଅଟକ ରଖାଯାଇଛି। ଲୋକସଭା ଅଧିବେଶନ ଚାଲିଥିବାବେଳେ ସେମାନେ ଲୋକସଭା ଚାମ୍ବରକୁ ଡିଆଁ ମାରିଥିଲେ। ଦିଲ୍ଲୀ ପୁଲିସ ଉକ୍ତ ୨ ବ୍ୟକ୍ତିଙ୍କୁ ଅଟକ ରଖିଛି। ସେହିପରି ସଂସଦ ବାହାରେ ଜଣେ ପୁରୁଷ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ : ୨୦୦୧ ସଂସଦ ଆକ୍ରମଣକୁ ଆଜି ୨୨ ବର୍ଷ ପୂର୍ତ୍ତି। ଏହି ଦିନ ଆଜି ପୁଣିଥରେ ସଂସଦରେ ବ୍ୟାପକ ସୁରକ୍ଷା ଭଙ୍ଗ ହୋଇଛି। ସଂସଦରେ ପ୍ରଶ୍ନ କାଳ ସମୟରେ ବ୍ୟାପକ ସୁରକ୍ଷା ତ୍ରୁଟି ଉପୁଜିଛି। ୨ ଜଣ ବ୍ୟକ୍ତିଙ୍କୁ ଆଜି ଲୋକସଭା ଚ୍ୟାମ୍ବରରୁ ଅଟକ ରଖାଯାଇଛି। ଲୋକସଭା ଅଧିବେଶନ ଚାଲିଥିବାବେଳେ ସେମାନେ ଲୋକସଭା ଚାମ୍ବରକୁ ଡିଆଁ ମାରିଥିଲେ। ଦିଲ୍ଲୀ ପୁଲିସ ଉକ୍ତ ୨ ବ୍ୟକ୍ତିଙ୍କୁ ଅଟକ ରଖିଛି। ସେହିପରି ସଂସଦ ବାହାରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ୨ ଜଣ ବ୍ୟକ୍ତି ଭିଜିଟର୍ସ ଗ୍ୟାିଲେରିରୁ ଡେଇଁ ଲୋକସଭା ଚ୍ୟାମ୍ବରକୁ ଦୌଡ଼ିଥିଲେ। ଗୃହର ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଗାଢ଼ ନିଳ ସାର୍ଟ ପିନ୍ଧିଥିବାବେଳେ ଅନ୍ୟ ଜଣେ ଭିଜିଟର୍ସ ଗ୍ୟାଲେରିରେ ଧୁଆଁ ସ୍ପ୍ରେ କରୁଥିଲା। ଉଭୟଙ୍କୁ ଉପସ୍ଥିତ ସାଂସଦ ଏବଂ ସୁରକ୍ଷାକର୍ମୀମାନେ ଘଉଡ଼ାଇଥିଲେ। ତେବେ ଅପରାହ୍ନ ୨ଟାପରେ ଗୃହକାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏନେଇ ଏକ ବିବୃତି ଜାରି କରିଥିଲେ। ଉକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ବାଚସ୍ପତି କହିଛନ୍ତି। ତେବେ ସଂସଦ ବାହାରେ ଗିରଫ ହୋଇଥିବା ୨ ଜଣ ବ୍ୟକ୍ତିଙ୍କୁ ସାଗର ଶର୍ମା ଏବଂ ଡି ମନୋରଞ୍ଜନ ବୋଲି ଚିହ୍ନଟ କରାଯାଇଛି।

Tags: